Below header

ଥାନାକୁ ଅଭିଯୋଗ ନେଇ ଆସିଥିଲେ ମହିଳା, ପୋଲିସ୍ ବାବୁ କଲେ ପ୍ରେମ ନିବେଦନ !

ବରଗଡ଼ (କେନ୍ୟୁଜ୍) : ବରଗଡ଼ ଜିଲ୍ଲା ବରପାଲି ଥାନା ଏଏସଆଇ ପ୍ରମୋଦ ପାତ୍ର ଜଣେ ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ଗଣେଶ ପୂଜା ଦିନ ମହିଳା ଜଣଙ୍କ ବରପାଲି ଥାନାକୁ ଯାଇଥିଲେ । ତେବେ ଘଟଣାର ସମାଧାନ ପରିବର୍ତ୍ତେ ଏଏସଆଇ ଅଭିଯୋଗକାରିଣୀଙ୍କୁ ପ୍ରେମ ନିବେଦନ କରିବା ସହ ଶାରୀରିକ ସଂପର୍କ ରଖିବାକୁ କହିଥିଲେ । ଏନେଇ ପୀଡ଼ିତା ଜଣଙ୍କ ବରଗଡ଼ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ତିନି ଦିନ ଭିତରେ ଅଭିଯୋଗର ତଦନ୍ତ କରାଯିବ ବୋଲି କହିଛନ୍ତି ଡିଏସପି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.