Below header

ମାର୍କେଟକୁ ଆସୁଛି ମାରୁତି ସୁଜୁକିର ପ୍ରଥମ ଇଲେକଟ୍ରିକ୍‌ ଏସୟୁଭି, Nexon EV ର ଟେନସନ୍‌ ବଢ଼ାଇବ ଏହି କାର

ଆସୁଛି ମାରୁତିର ପ୍ରଥମ ଇଲେକଟ୍ରିକ ଏସୟୁଭି। କ୍ରେଟା ଠାରୁ ସାଇଜରେ ବଡ ହେବା ସହ ୫୦୦ କିଲୋମିଟରର ଲମ୍ବା ରେଞ୍ଜ୍‌ ଦେବ ଏହି କାର। ନେକ୍ସୋନ୍‌ ଇଭିର ଟେନସନ୍‌ ବଢ଼ାଇବାକୁ ଆସିଲା ମାରୁତିର ପ୍ରଥମ ଇଲେକଟ୍ରିକ ଏସୟୁଭି। ଆପଣ ଯଦି ମାରୁତି ସୁଜୁକିର କାରକୁ ପସନ୍ଦ କରୁଥାନ୍ତି ତାହେଲେ କମ୍ପାନୀ ଆଣୁଛି ନିଜର ଦମଦାର ଏବଂ ଜବରଦସ୍ତ ଇଲେକଟ୍ରିକ କାର।

ମାରୁତି ସୁଜୁକି ଏବଂ ଟୋୟୋଟା ଭାରତୀୟ ଇଲେକଟ୍ରିକ ଭେଇକିଲ ସେଗମେଣ୍ଟରେ ନିଜର ଦବାଦବା ବନାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନୂଆ ଇଲେକଟ୍ରିକ ମିଡ୍‌ ସାଇଜ ଏସୟୁଭି ଆଣିବା ପ୍ରସ୍ତୁତିରେ ରହିଛି କମ୍ପାନୀ। ମାରୁତିର ଏହା ହେଉଛି ପ୍ରଥମ ଇଲେକଟ୍ରିକ କାର। ଏହି କାରକୁ ସୁଜୁକିର ଗୁଜରାଟ ପ୍ଲାଣ୍ଟରେ ତିଆରି କରାଯିବ ଏବଂ ଏହିଠାରୁ ହିଁ ଦୁନିଆର ଅନ୍ୟ ମାର୍କେଟକୁ ଏକ୍ସପୋର୍ଟ କରାଯିବ। ଏହି ଏସୟୁଭିକୁ YY8 କୋଡନେମ୍‌ ଦିଆଯାଇଛି।

ଡିଜାଇନ

ମାରୁତିର ଏହି ଇଲେକଟ୍ରିକ କାର ଫ୍ୟୁଚରିଷ୍ଟିକ ଡିଜାଇନ ଲାଙ୍ଗୁଏଜ୍‌ ସହିତ ଆସିବ। ଯାହା କମ୍ପାନୀର ବର୍ତ୍ତମାନର IC ଇଞ୍ଜିନ ମଡେଲ୍ସ ଠାରୁ ବିଲକୁଲ ଅଲଗା। ଏହି କାରକୁ skateboard 27PL ପ୍ଲାଟଫର୍ମରେ ନିର୍ମାଣ କରାଯିବ। ଯାହା ଟୋୟୋଟାର Toyota 40PL ଗ୍ଲୋବାଲ ଆର୍କିଟେକଚର ଉପରେ ଆଧାରିତ।

ଡାଇମେନସନ୍‌

ଯଦି ଆମେ ଏହି କାରର ଡାଇମେନସନ୍‌ ବିଷୟରେ କହିବା ତାହେଲେ ଏହାର ଲେଙ୍ଗଥ୍‌ 4300mm ଏବଂ 1790mm ଚଉଡା ଓ ହାଇଟ୍‌ 1620-1635 ପର୍ଯ୍ୟନ୍ତ ରହିବ। ସାଇଜରେ ଏହା MG ZS EV ସହ ବରାବର ହୋଇପାରେ। ଏହି କାରର ହେ୍ଵଲବେସ 2,700mm ରହିବ। ତେବେ କୁହାଯାଉଛି ଯେ ସାଇଜରେ ଏହା ପପୁଲାର ଏସୟୁଭି କ୍ରେଟା ଠାରୁ ବଡ ହେବ ବୋଲି ଅନୁମାନ କରାଯାଉଛି।

ପାଓ୍ଵାର ଏବଂ ରେଞ୍ଜ୍‌

Maruti YY8 electric SUV କୁ କମ୍ପାନୀ 2WD ଟୁ ହ୍ଵିଲ ଡ୍ରାଇଭ AWD ଅଲ୍‌ ହ୍ଵିଲ ଡ୍ରାଇଭ ସହିତ ଲଞ୍ଚ୍‌ କରିବ। ଏହାକୁ ଟୁ ହ୍ଵିଲ ଡ୍ରାଇଭର ଏଣ୍ଟ୍ରି ଲେଭଲ ଭେରିୟଣ୍ଟସରେ ଦିଆଯାଇପାରେ। ତେବେ ଯଦି ଏହାର ରେଞ୍ଜ୍‌ ବିଷୟରେ କହିବା ତାହେଲେ ଏହି କାରର ଟୁ ହ୍ଵିଲ ଡ୍ରାଇଭ ଭେରିୟଣ୍ଟସର ରେଞ୍ଜ ୪୦୦ କିମି ଏବଂ ଫୋର ହ୍ଵିଲ ଡ୍ରାଇଭ ଭେରିୟଣ୍ଟସ ରେଞ୍ଜ୍‌ ୫୦୦ କିମି ପର୍ଯ୍ୟନ୍ତ ରହିବ।

ଦାମ୍‌ 

ଏହି କାରର ଦାମ୍‌ ବିଷୟରେ ଯଦି କହିବା ତାହେଲେ ଏବେ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। କିନ୍ତୁ କୁହାଯାଉଛି ଯେ କମ୍ପାନୀଏହି ଦମଦାର୍‌ କାରର ଦାମ୍‌ ୧୩ ଲକ୍ଷରୁ ୧୫ ଲକ୍ଷଭିତରେ ରଖିପାରେ। କୁହାଯାଉଛି ଯେ ଭାରତରେ ଏହି କାରର ସିଧା ଟକ୍କର ଟପ୍‌ ସେଲିଙ୍ଗ ଟାଟା ନେକ୍ସୋନ ଇଭି ସହ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.