ଲେସ୍‌ବିଆନ୍‌ ଯୁବତୀଙ୍କ ମା’ ହେବା ନିଶା! ଗର୍ଭବତୀ ଭଳି ଦିଶିବାକୁ କିଣିଲେ ୨୦ ହଜାର ଟଙ୍କାର ନକଲି ପେଟ

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ବାସ କରନ୍ତି। ଏଣୁ ସମସ୍ତଙ୍କ ପସନ୍ଦ ବି ଅଲଗା ଅଲଗା ହୋଇଥାଏ। କାହାକୁ ରୂପ ଭଲ ଲାଗେ ତ କାହାକୁ ଗୁଣ। ସେହିଭଳି ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ସବୁବେଳେ କିଛି ନା କିଛି ଅଦ୍ଭୁତ କାରନାମା କରି ଚର୍ଚ୍ଚାକୁ ଆସିଥାନ୍ତି, ଯାହା ଲୋକଙ୍କ ମଧ୍ୟରେ ତାଙ୍କୁ ନିଆରା କରିଥାଏ। ଏବେ ଆମେରିକାରେ ଜଣେ ସେମିତି ମହିଳା ପାଗଳାମୀ କରିଥିବା ଦେଖିବାକୁ ମିଳିଛି। ଏଠାରେ ମହିଳା ଜଣକ ମା’ ହେବାକୁ ନକଲି ପେଟ ଲଗାଇଛନ୍ତି।

ଆମେରିକାର ୨୨ ବର୍ଷୀୟା ମହିଳା ସୋଫୀ ମୋସ୍କା ମା’ ହେବାକୁ ଚାହୁଁନଥିଲେ। କିନ୍ତୁ ଗର୍ଭବତୀ ଭଳି ଅନୁଭବ ନେବାକୁ ଚାହୁଁଥିଲେ। ସେ ଗର୍ଭବତୀ ମହିଳାଙ୍କ ଭଳି ଦିଶିବାକୁ କିଛି ବି କରିବାକୁ ପ୍ରସ୍ତୁତ ଥିଲେ। ଏଣୁ ସେ ୨୦ ହଜାର ଟଙ୍କା ଖର୍ଚ୍ଚ କରି ନକଲି ପେଟ ତିଆରି କରିଛନ୍ତି। ରିପୋର୍ଟ ମୁତାବକ, ସୋଫୀ ୨୦ ହଜାର ଟଙ୍କା ଖର୍ଚ୍ଚ କରି ସିଲିକନ୍‌ର ପେଟ କିଣିଛନ୍ତି। ଏହି ପେଟକୁ ସେ ନିଜ ଶରୀରରେ ଲଗାଇ ଗର୍ଭବତୀ ଭଳି ଅନୁଭବ ନେଉଛନ୍ତି।

 

View this post on Instagram

 

A post shared by Soph Mosca (@sophmosca)

ସୂଚନାନୁସାରେ, ସୋଫୀ ଜଣେ ଲେସ୍‌ବିଆନ୍‌। ଏଣୁ ତାଙ୍କର ଗାର୍ଲଫ୍ରେଣ୍ଡ ବି ଅଛନ୍ତି। ଏହି କାରଣରୁ ସୋଫୀ କେବେ ବି ମା’ ହୋଇପାରିବେନି। କିନ୍ତୁ ସେ ମା’ ଭଳି ଦିଶିବାକୁ ପସନ୍ଦ କରନ୍ତି। ଏଣୁ ସେ ୨୦ ହଜାର ଟଙ୍କା ଖର୍ଚ୍ଚ କରି ଏକ ସିଲିକନ୍‌ର ନକଲି ପେଟ କିଣିଛନ୍ତି। ଏହାକୁ ସେ ମାସକୁ ଥରେ ଦୁଇ ଥର ଲଗାଇ ଫଟୋ ଉଠାନ୍ତି ଓ ତାହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥାନ୍ତି।

 

View this post on Instagram

 

A post shared by Soph Mosca (@sophmosca)

ପ୍ରକାଶ ଯେ ସୋଫୀ ଡ୍ରେସ୍‌ ବ୍ରାଣ୍ଡ୍‌ର ମାଲିକାଣୀ। ସେ ପ୍ରାୟତଃ ଗାର୍ଲଫ୍ରେଣ୍ଡ୍‌ ଏଭରୀଙ୍କ ସହ ପୋଷାକ ସହ ଜଡ଼ିତ ପୋଷ୍ଟ ସେୟାର କରିଥାନ୍ତି।

 

View this post on Instagram

 

A post shared by Soph Mosca (@sophmosca)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.