Below header

୫୦ରୁ ଅଧିକ ଏଡିଟୋରିଆଲ ଷ୍ଟାଫ୍‌ଙ୍କୁ ବିଦା କଲା ମାଇକ୍ରୋସଫ୍ଟ, କରୋନା ପ୍ରଭାବ ନୁହେଁ ତ!

କରୋନାର ପ୍ରଭାବ ଆଗଧାଡ଼ିର ଆଇଟି କମ୍ପାନୀ ମାଇକ୍ରୋସଫ୍ଟ ଉପରେ ମଧ୍ୟ ପଡ଼ିଛି। କମ୍ପାନୀ ନିଜ ନ୍ୟୁଜ୍‌ ବିଜ୍‌ନେସ୍‌ରେ କାର୍ଯ୍ୟରତ ୫୦ରୁ ଅଧିକ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ଛଟେଇ କରୋନା ଭାଇରସ୍‌ ଯୋଗୁ ହୋଇନାହିଁ ବୋଲି କମ୍ପାନୀ ସଫେଇ ଦେଇଛି। କର୍ମଚାରୀଙ୍କ ସ୍ଥାନରେ କମ୍ପାନୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଆଧାରିତ ଆଲଗୋରିଦମ୍‌ ବ୍ୟବହାର କରିବ ବୋଲି ଜଣାଯାଇଛି।

Microsoft to follow landmark California privacy law nationwide ...

ରିପୋର୍ଟ ମୁତାବକ ଆଇଏଫ୍‌ଜି ଓ ଏମ୍‌ଏକ୍ୟୁ କନ୍‌ସଲଟିଂ ଭଳି ଷ୍ଟାଫିଙ୍ଗ୍‌ ଏଜେନ୍ସି ମାଧ୍ୟମରେ ଅନୁବନ୍ଧିତ ପ୍ରାୟ ୫୦ କର୍ମଚାରୀଙ୍କୁ ଚିହ୍ନଟ କରି କୁହାଯାଇଛି ଯେ ଜୁନ୍‌ ୩୦ ପରେ ଅଫିସରେ ସେମାନଙ୍କ ଆବଶ୍ୟକତା ନାହିଁ। ଏଣୁ ସେମାନେ ଆଉ ମାସକ ପରେ ଆଉ ଅଫିସ ନଆସନ୍ତୁ। ଏଥିରୁ ସହଜରେ ବୁଝିପଡ଼ୁଛି ଯେ କମ୍ପାନୀ ୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି।

Microsoft Headquarters Address, and Contact Information [Best Guide]

ଏନେଇ ମାଇକ୍ରୋସଫ୍ଟର ପ୍ରବକ୍ତା କହିଛନ୍ତି ଯେ ଏହାର ପରିଣାମ ସ୍ୱରୂପ କେତେକ ସ୍ଥାନରେ ନିବେଶ ବଢ଼ିପାରେ ଓ ସମୟ ସମୟରେ ଅନ୍ୟ ସ୍ଥାନରେ ପୋଷ୍ଟିଂ ହୋଇପାରେ। ଏହି ନିଷ୍ପତ୍ତି କରୋନା ଭାଇରସ୍‌ ଯୋଗୁ ନିଆଯାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.