ଶସ୍ତାରେ ଧରନ୍ତୁ ଭଲ ଦମଦାର ସ୍ମାର୍ଟଫୋନ, ସାଓମିର ଏହି ଖାସ୍ ଫୋନ ଆଣନ୍ତୁ ପୂରାପୁରି କମ ଦାମରେ

କଣ ଆପଣ କମ୍ ବଜେଟରେ ଭଲ ଫୋନ ଧରିବାକୁ ଚାହୁଁଚନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର। କାହିଁକିନା ବଜେଟ ଫୋନ ପାଇଁ ଲୋକପ୍ରିୟ ବ୍ରାଣ୍ଡ ସାଓମି ଏକ ବହୁତ ଜବରଦସ୍ତ ଫୋନକୁ ଶସ୍ତା ଦାମରେ ଉପଲବ୍ଧ କରିବାକୁ ଯାଉଛି। ଆମାଜନ ଇଣ୍ଡିଆରୁ ମିଳିଥିବା ସୂଚନା ଅନୁଯାୟୀ ଯଦି ଆପଣ ସାଓମିର ଫୋନ ଶସ୍ତାରେ ଘରକୁ ଆଣିବାକୁ ପ୍ଲାନ କରୁଛନ୍ତି ତାହାଲେ ରେଡମି ନୋଟ ୮ ପ୍ରୋକୁ ଘରକୁ ଆଣିବାର ବହୁତ ଭଲ ମଉକା ରହିଛି। ଏହି ଫୋନର ସବୁଠାରୁ ଖାସ୍ କଥା ହେଉଛି ଏଥିରେ ୬୪ ମେଗାପିକ୍ସେଲର କ୍ୱାଡ କ୍ୟାମେରା ଏବଂ ଡିଜାଇନ୍ ରହିଛି। ଆସନ୍ତୁ ଜାଣିବା କେତେ କମରେ ମିଳୁଛି ଏହି ଦମଦାର ଫୋନ।

miଆମାଜନ ଇଣ୍ଡିଆରେ ଦିଆଯାଇଥିବା ସୂଚନା ମୁତାବକ ରେଡମି ନୋଟ ୮ ପ୍ରୋର ୬ ଜିବି ରାମ+୬୪ଜିବି ଷ୍ଟୋରେଜ ଭେରିୟଣ୍ଟ ଉପରେ ୧୦% ଇନଷ୍ଟାଣ୍ଟ ଡିସକାଉଣ୍ଟ ଦିଆଯାଉଛି। କୁହାଯାଉଛି ଯେ ଯଦି ଗ୍ରାହକ ରେଡମି ନୋଟ ୮ ପ୍ରୋକୁ କିଣିବା ପାଇଁ ଏସବିଆଇ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ସେମାନଙ୍କର ୧୦ ପ୍ରତିଶକ (ଅଧିକତମ ଏକ ହଜାର ଟଙ୍କା) ଡିସକାଉଣ୍ଟ ମିଳିବ।

କେବଳ ଏତିକି ନୁହେଁ ଗ୍ରାହକଙ୍କୁ ଏଥିରେ ୭,୪୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ମଧ୍ୟ ଦିଆଯାଉଛି। ଫୋନକୁ ନୋ-କଷ୍ଟ ଇଏମଆଇରେ କିଣିବାର ସୁଯୋଗ ମଧ୍ୟ ପାଇବେ। ଏହାସହିତ ଫୋନକୁ ଆମାଜନ ପେ ଲେଟର ସର୍ଭିସ ସହିତ ମଧ୍ୟ କିଣିପାରିବେ।


redmiRedmi Note 8ପ୍ରୋର ଫିଚର୍ସ

– ୬.୫୩ ଇଞ୍ଚର ଫୁଲ ଏଚଡି ଡିସପ୍ଳେ

– ଓ୍ଵାଟରପ୍ରୁଫ ନଞ୍ଚ ଡିସପ୍ଲେ

– ଗେମିଙ୍ଗ ପାଇଁ ଏଥିରେ ଦିଆଯାଇଛି ଲିକ୍ୟୁଡି କୁଲିଂ ଟେକ୍ନୋଲୋଜି

– ୬୪ ମେଗାପିକ୍ସେଲ କ୍ୟାମେରା

– ୪ ରିୟର କ୍ୟାମେରା ସହିତ ୮ ଏମପି ଓ୍ଵାଇଡ୍ ଆଙ୍ଗଲ ସେନସର ଏବଂ ଦୁଇ ମେଗାପିକ୍ସେଲ ସେନସର

– ୨୦ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା

– ୪,୫୦୦ ମାହ ବ୍ୟାଟେରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.