Below header

ମୋବାଇଲ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର, ଡିସେମ୍ବର ୧୬ରୁ ବଦଳିବାକୁ ଯାଉଛି SIM ସହ ଜଡିତ ଏହି ନିୟମ

ଟେଲିକମ ରେଗୁଲେଟରି ଅଫ ଇଣ୍ଡିଆ(TRAI) ସଂଶୋଧିତ ପୋର୍ଟାବିଲିଟି ପ୍ରକ୍ରିୟା ପାଇଁ ଡିସେମ୍ବର ୧୦ ତାରିଖରେ ଏକ ସାର୍ବଜନିକ ନୋଟିସ ଜାରି କରିଛି । ଯାହାଦ୍ୱାରା ଡିସେମ୍ବର ୧୬ ତାରିଖରୁ ପୋର୍ଟିଂ ପ୍ରକ୍ରିୟା ଆହୁରି ସହଜ ହୋଇଯିବ । MNP ଦ୍ୱାରା ଯେକୌଣସି ୟୁଜର ନିଜର ମୋବାଇଲ ନମ୍ବରକୁ ନବଦଳାଇ ଅପରେଟରକୁ ଅତି ସହଜରେ ବଦଳାଇ ପାରିବ ।

मोबाइल ग्राहकों के लिए बड़ी खबर! 16 दिसंबर से बदल जाएगा SIM से जुड़ा यह नियम

ନୂଆ ପ୍ରକ୍ରିୟା ୟୁନିକ ପୋର୍ଟିଂ କୋଡ଼(UPC) ର କ୍ରିଏସନ କରିବା ପାଇଁ ଏକ ସର୍ତ୍ତ ସହିତ ଆସିଛି । ନୂଆ ନିୟମ ଦ୍ୱାରା ବର୍ତ୍ତମାନ ଏହି ସର୍ଭିସ ଏରିଆ ଭିତରେ ଯଦି କେହି ପୋର୍ଟ କରାଇବା ପାଇଁ ଆଗ୍ରହୀ ତାହେଲେ ତାଙ୍କୁ ୩ ୱାର୍କିଙ୍ଗ ଡେ’ ରେ ପୁରଣ କରିବାକୁ ପଡିବ । ଏହାସହିତ ଗୋଟିଏ ସର୍କଲରୁ ଅନ୍ୟ ସର୍କଲକୁ ପୋର୍ଟର ଆଗ୍ରହୀମାନଙ୍କୁ ୫ କାର୍ଯ୍ୟଦିବସରେ ପୁରଣ କରିବାକୁ ପଡିବ । ଟ୍ରାଇର ସୂଚନା ଅନୁଯାୟୀ କର୍ପୋରେଟ ମୋବାଇଲ କନେକ୍ସନର ପୋର୍ଟିଂର ସମୟସୀମାରେ କୌଣସି ପରିବର୍ତ୍ତନ ଆସିନାହିଁ ।

Image result for trai

ଟ୍ରାଇର କହିବା ଅନୁଯାୟୀ MNP ପ୍ରକ୍ରିୟାରେ ସଂଶୋଧନ କରାଯାଇଛି । ସଂଶୋଧିତ MNP ପ୍ରକ୍ରିୟାରେ ୟୁପିସି ସେତେବେଳେ ହେବ ଯେତେବେଳେ ଗ୍ରାହକ ନିଜ ମୋବାଇଲ ନମ୍ବର ପୋର୍ଟ କରିବା ପାଇଁ ଯୋଗ୍ୟ ରହିଥିବେ । ସଂଶୋଧିତ MNP ପ୍ରକ୍ରିୟା ଡିସେମ୍ବର ୧୬ ତାରିଖରୁ ଲାଗୁ କରାଯାଇଛି । ମୋବାଇଲ ଉପଭୋକ୍ତା ୟୁପିସି କ୍ରିଏଟ କରିପାରିବେ ଏବଂ ମୋବାଇଲ ନମ୍ବର ପୋର୍ଟିଂ ପ୍ରକ୍ରିୟାର ଲାଭ ଉଠାଇପାରିବେ ।

 

Image result for trai

TRAIର ନୂଆ ନିୟମରେ ଏହା ବି ସାମିଲ

ଟ୍ରାଇର କହିବା ଅନୁଯାୟୀ ଭିନ୍ନ ଭିନ୍ନ ସର୍ତ୍ତରେ ପଜିଟିଭ ଅନୁମୋଦନ ଦ୍ୱାରା ୟୁପିସି କ୍ରିଏଟ କରାଯାଇପାରିବ । ଉଦାହରଣବଶତଃ ପୋଷ୍ଟପେଡ଼ ମୋବାଇଲ କନେକ୍ସନ ମାମଲାରେ ଗ୍ରାହକଙ୍କୁ ନିଜର ବକେୟା ବିଷୟରେ ସଂଶୋଧିତ ଅପରେଟରଠାରୁ ପ୍ରମାଣପତ୍ର ନେବାକୁ ପଡିବ । ଏହା ବ୍ୟତୀତ ନିଜର ପୁରୁଣା ଅପରେଟରର ନେଟୱାର୍କରେ ଅନ୍ତତଃ 90 ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହିବାକୁ ପଡିବ । ଲାଇସେନ୍ସ ସେବା କ୍ଷେତ୍ରରେ ୟୁପିସି ଚାରି ଦିନ ପାଇଁ ବିଲ୍ଡ ହୋଇ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.