Below header

ରାଜ୍ୟ ପାଇଁ ସୁନାମ ଆଣିଦେଇଛି କୁଚିଣ୍ଡା ଥାନା, କେନ୍ଦ୍ର ସରକାରଙ୍କ ଥାନା ର‍୍ୟାଙ୍କିଙ୍ଗ ୨୦୧୯ରେ ଶ୍ରେଷ୍ଠ ଥାନାର ମାନ୍ୟତା କରିଛି ହାସଲ

ସମ୍ବଲପୁର(କେନ୍ୟୁଜ୍): ରାଜ୍ୟର ଶ୍ରେଷ୍ଠ ଥାନା ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଥାନା। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ଥାନାକୁ ନେଇ କରାଯାଇଥିବା ର‍୍ୟାଙ୍କିରେ ଏହି ମାନ୍ୟତା ମିଳିଛି। ଏଥିରେ ଦେଶର ୩୦ଟି ରାଜ୍ୟର ୧୫ହଜାର ୫୭୯ ଥାନା ମଧ୍ୟରୁ ମୋଟ ୭୯ଟି ଥାନା ଉତ୍ତୀର୍ଣ୍ଣ ହୋଇଛନ୍ତି। ଅକ୍ଟୋବର ୭ତାରିଖରୁ ୨୫ ତାରିଖ ଯାଏ ଦେଶ ବ୍ୟାପୀ ଥାନା ମାନଙ୍କୁ ନେଇ ୧୪ଟି ପ୍ରସଙ୍ଗରେ ସର୍ବେକ୍ଷଣ କରାଯାଇଥିଲା। ସିସିଟିଏନଏସରେ ଉପଲବ୍‌ଧ ତଥ୍ୟ, ଥାନାର ସ୍ଥିତି ଓ ଲୋକଙ୍କ ମତକୁ ଆଧାର କରି ମାର୍କ ପ୍ରଦାନ କରାଯାଇଥିଲା।

୨ଟି ପର୍ଯ୍ୟାୟରେ ହୋଇଥିଲା ର‍୍ୟାଙ୍କିଂ। ପ୍ରଥମ ପର୍ଯ୍ୟାୟରେ ଅପରାଧ ନିୟନ୍ତ୍ରଣ, ଚାର୍ଜସିଟ ଦାଖଲ ସମୟ, ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ, ମହିଳାଙ୍କ ବିରୋଧରେ ନିର୍ଯାତନା ମାମଲା, ଆଦି ନେଇ ମାର୍କିଂ ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଥାନାର ଭିତ୍ତିଭୂମି, ପୁଲିସ ଅଧିକାରୀଙ୍କ ବ୍ୟବହାର ଓ ଥାନାକୁ ଆସୁଥିବା ଲୋକଙ୍କ ମତାମତ ଆଧାରରେ ମାର୍କିଂ ପ୍ରଦାନ କରାଯାଇଥାଏ। ୧୯୬୧ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଥାନା ରାଜ୍ୟପାଇଁ ଗୌରବ ଆଣିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.