‘ମାଷ୍ଟର ସେଫ୍‌ ଇଣ୍ଡିଆ’ରେ ଚିକେନ୍‌ ବେସର ପ୍ରସ୍ତୁତ କରି ଚର୍ଚ୍ଚାରେ ଓଡ଼ିଆ ପୁଅ

ଷ୍ଟାର ପ୍ଲସ୍‌ରେ ପ୍ରସାରିତ ରୋଷେଇଭିତ୍ତିକ କାର୍ଯ୍ୟକ୍ରମ ‘ମାଷ୍ଟର ସେଫ୍‌ ଇଣ୍ଡିଆ’ରେ କମାଲ ଦେଖାଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ଏବେ ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି ଏହି ଓଡ଼ିଆ। ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ କାଳଷଣ୍ଢପୁରର ଅବିନାଶ ଏବେ ଓଡ଼ିଆଙ୍କ ପାଇଁ ଆଉ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି।

ମାଷ୍ଟର ସେଫ୍‌-୬ରେ ଭାଗ ନେଇ ଅବିନାଶ ଓଡ଼ିଆ ଖାଦ୍ୟ ଚିକେନ୍‌ ବେସର ପ୍ରସ୍ତୁତ କରି ତିନି ଜଣ ବିଚାରକଙ୍କ ହୃଦୟ ଜିତିଥିଲେ। ବିଚାରକ ବିକାଶ ଖାନ୍ନା, ରଣବୀର ବରାର ଓ ବିନୀତ ଭାଟିଆ ଅବିନାଶଙ୍କ ହାତରନ୍ଧା ଖାଇ ଖୁବ୍‌ ପ୍ରଶଂସା କରିଥିଲେ। କେବଳ ଏତିକି ନୁହେଁ ସେଫ୍‌ ବିକାଶ ‘ଜୟ ହୋଇ ଓଡ଼ିଶା’ ମଧ୍ୟ କହିଥିଲେ। ତେବେ କୌଣସି ରୋଷେଇଭିତ୍ତିକ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ୧୦ ରେ ପହଞ୍ଚିବାରେ ଅବିନାଶ ପ୍ରଥମ ଓଡ଼ିଆ। ପୂର୍ବରୁ ଅବିନାଶ ଲୋକିକୁକିଜ୍‌ ଫେଲୋସିପ୍‌ ୨୦୧୯ ପାଇଥିବା ବେଳେ ହଳଦୀରାମ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ଥିଲେ।

ଅବିନାଶଙ୍କ ନିଶା ରୋଷେଇ କରିବା ହୋଇଥିବା ବେଳେ ପେସାରେ ସେ ହେଉଛନ୍ତି ଜଣେ ଇଞ୍ଜିନିୟର। ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ୍‌ ଇଞ୍ଜିନିୟରିଂ ପଢ଼ା ଶେଷ କରି ସେ ଏବେ ହାଇଦ୍ରାବାଦ ଇନ୍‌ଫୋସିସ୍‌ରେ କାମ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.