Below header

ବଡ ଖବର : SBIକୁ ଛାଡି ଏହି ସମସ୍ତ ବ୍ୟାଙ୍କ ହୋଇଯିବ ପ୍ରାଇଭେଟ ! ସରକାର ଜାରି କଲେ ଲିଷ୍ଟ

ଆଉ ଏବେ ପୁଣି ଥରେ ବ୍ୟାଙ୍କକୁ ପ୍ରାଇଭେଟାଇଜେସନ୍‌ କରାଯିବାର ବଡ ଖବର ସାମ୍ନାକୁ ଆସିଛି । ସରକାର ଅନେକ ବ୍ୟାଙ୍କ ଏବଂ କମ୍ପାନୀକୁ ପ୍ରାଇଭେଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ବ୍ୟାଙ୍କକୁ ପ୍ରାଇଭେଟାଇଜେସନ୍‌ କରାଯାଇସାରିଲାଣି । ଆଉ ଏବେ ପୁଣି ଥରେ ବ୍ୟାଙ୍କକୁ ପ୍ରାଇଭେଟାଇଜେସନ୍‌ କରାଯିବାର ବଡ ଖବର ସାମ୍ନାକୁ ଆସିଛି । ସରକାର ଅନେକ ବ୍ୟାଙ୍କ ଏବଂ କମ୍ପାନୀକୁ ପ୍ରାଇଭେଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଜୋର ସୋରରେ କାମ ହେଉଛି । ଯଦିଓ ସରକାରୀ କର୍ମଚାରୀ କର୍ମଚାରୀ ଏହାର ବିରୋଧ କରୁଛନ୍ତି ।

ସେହିପରି ଏହାରି ମଧ୍ୟରେ ଦେଶର ପ୍ରମୁଖ ଅର୍ଥଶାସ୍ତ୍ରଜ୍ଞଙ୍କ କହିବା କଥା ଯେ ସରକାରକୁ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଛାଡିକି ଅନ୍ୟ ସମସ୍ତ ସରକାରୀ ବ୍ୟାଙ୍କକୁ ପ୍ରାଇଭେଟକୁ ହସ୍ତାନ୍ତର କରିଦେବା ଉଚିତ । ଏହାବ୍ୟତୀତ ନୀତି ଆୟୋଗ ଜଣାଇଛି ଯେ ଦେଶର ୬ଟି ସରକାରୀ ବ୍ୟାଙ୍କକୁ ପ୍ରାଇଭେଟାଇଜେସନ୍‌ କରାଯିବନାହିଁ ।

ନୀତି ଆୟୋଗ ଜାରି କରିଥିବା ଲିଷ୍ଟ

ନୀତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଲିଷ୍ଟରେ କୁହାଯାଇଛି ଯେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ୍‌ ବ୍ୟାଙ୍କ,କାନାରା ବ୍ୟାଙ୍କ, ଏସବିଆଇ, ବ୍ୟାଙ୍କ ଅଫ୍‌ ବରୋଦା ଏବଂ ଇଣ୍ଡିଆନ୍‌ ବ୍ୟାଙ୍କକୁ ସରକାର ପ୍ରାଇଭେଟାଜେସନ୍‌ କରିବେନାହିଁ । ସରକାର ଜଣାଇଛନ୍ତି ଯେ ଏହି ୬ ବ୍ୟାଙ୍କକୁ ପ୍ରାଇଭେଟ କରାଯିବ ନାହିଁ । ସରକାରୀ ଅଫିସରଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଯେଉଁ ବି ସରକାରୀ ବ୍ୟାଙ୍କ କନସୋଲିଡେସନର ଅଂଶିଦାର ଥିଲା ସେହି ସମସ୍ତ ବ୍ୟାଙ୍କକୁ ପ୍ରାଇଭେଟାଇଜେସନ ଠାରୁ ଦୂରରେ ରଖାଯାଇଛି ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସରକାରଙ୍କ ତରଫରୁ ଅଗଷ୍ଟ ୨୦୧୯ରେ ୪ଟି ବ୍ୟାଙ୍କକୁ ମର୍ଜର କରାଯାଇଥିଲା । ଯାହାପରେ ଦେଶରେ ସରକାରୀ ବ୍ୟାଙ୍କର ସଂଖ୍ୟା ୨୭ରୁ ହ୍ରାସ ପାଇଁ ୧୨ରେ ରହିଛି । ଯଦିଓ ଏହି ବ୍ୟାଙ୍କକୁ ପ୍ରାଇଭେଟାଇଜେସନ୍‌ କରିବା ବିଷୟରେ ଏବେ ସୁଦ୍ଧା କୌଣସି ବି ପ୍ଲାନିଙ୍ଗ ହୋଇନାହିଁ । ଅର୍ଥମନ୍ତ୍ରାଳୟ ନିଜ ରାୟ ଶୁଣାଇ କହିଛନ୍ତି ଏହି ସମସ୍ତ ବ୍ୟାଙ୍କକୁ ପ୍ରାଇଭେଟାଇଜେସ୍‌ ଠାରୁ ବାହାରେ ରଖା ଯାଇଛି ।

ଅର୍ଥମନ୍ତ୍ରୀ ଗତ ବର୍ଷ ବଜେଟରେ ଘୋଷଣା କରିଥିଲେ ଯେ ଆଇଡିବିଆଇ ବ୍ୟାଙ୍କକୁ ପ୍ରାଇଭେଟାଇଜେସନ କରାଯିବ । ସରକାର ଏହି ବ୍ୟାଙ୍କରେ ନିଜ ଅଂଶିଦାରକୁ ବିକ୍ରି କରିବା ପାଇଁ ପ୍ଲାନ କହିଛନ୍ତି । ଏହାକୁ ନେଇ ପ୍ରୋସେସ ବି ଆଗକୁ ମଧ୍ୟ ବଢ଼ାଯାଇଛି । ଲଗାତର ହେଉଥିବା ବିରୋଧ ସତ୍ତ୍ୱେ ସରକାର ପ୍ରାଇଭେଟାଇଜେସନକୁ ନେଇ ନିଜ ପକ୍ଷକୁ ସ୍ପଷ୍ଟ କରିଛନ୍ତି । ଏହାସହିତ ହିଁ ଅର୍ଥ ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଏକ ବୀମା କମ୍ପାନୀକୁ ବିକ୍ରି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.