Below header

ଚୀନରେ ଆଉ ଏକ ଭାଇରସ୍‌ର ଆତଙ୍କ, H3N8 ବାର୍ଡ ଫ୍ଲୁରେ ପ୍ରଥମ ମୃତ୍ୟୁ; ଚେତାବନୀ ଦେଲା WHO

ଚୀନରେ avian influenza A (H3N8) ଭାଇରସ୍‌ରେ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏହି ସୂଚନା ଦେଇଛି। ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ରହୁଥିବା ୫୬ ବର୍ଷୀୟା ମହିଳାଙ୍କର ଏଥିରେ ମୃତ୍ୟୁ ଘଟିଛି।

ଚୀନରେ avian influenza A (H3N8) ଭାଇରସ୍‌ରେ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏହି ସୂଚନା ଦେଇଛି। ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ରହୁଥିବା ୫୬ ବର୍ଷୀୟା ମହିଳା ୨୨ ଫେବୃୟାରୀରେ ପ୍ରଥମେ ଭାଇରସ୍‌ କବଳରେ ଆସିଥିଲେ। ମାର୍ଚ୍ଚ ୩ରେ ସେ ଗମ୍ଭୀର ରୂପେ ନିମୋନିଆରେ ପୀଡ଼ିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ମାର୍ଚ୍ଚ ୧୬ରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୦୨୨ରେ ଚୀନ ଦ୍ୱାରା H3N8ର ଦୁଇଟି ମାମଲାର ରେକର୍ଡ ପରେ ଏହା ହେଉଛି ତୃତୀୟ ମାମଲା।

ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ରିପୋର୍ଟ ଅନୁସାରେ, ଏହି ଘଟଣାର ଯାଞ୍ଚରୁ ଜଣାପଡ଼ିଛି ଯେ ପୋଲ୍‌ଟ୍ରି ମାର୍କେଟ ଆଖାପାଖରେ ରହିବା ସଂକ୍ରମଣର କାରଣ ହୋଇପାରେ। ଡବ୍ଲ୍ୟୁଏଚ୍‌ଓ କହିଛି ଯେ ଯାଞ୍ଚ ସମୟରେ ସଂକ୍ରମିତ ବ୍ୟକ୍ତିଙ୍କ ଆଖପାଖରେ କୌଣସି ମାମଲା ପୁଷ୍ଟି କରାଯାଇ ନାହିଁ।

H3N8ରେ ଜଣଙ୍କଠାରୁ ଅନ୍ୟ ଜଣଙ୍କଠାରେ ଭାଇରସ୍‌ ବ୍ୟାପିବାର କ୍ଷମତା ନାହିଁ। ତେଣୁ ଜାତୀୟ, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ସ୍ତରରେ ମନୁଷ୍ୟଠାରେ ଏହା ବ୍ୟାପିବାର ସମ୍ଭାବନା ବହୁତ କମ୍‌ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.