Below header

ସୋସିଆଲ ମିଡିଆକୁ ଆଧାରରେ ଲିଙ୍କ୍ କରିବାକୁ ନେଇ ମୋଦୀ କହିଲେ ଏପରି କଥା

ସୋସିଆଲ ମିଡ଼ିଆ ଆକଉଣ୍ଟକୁ ଆଧାର କାର୍ଡ ସହ ଯୋଡ଼ିବା ପାଇଁ କୌଣସି ଯୋଜନା ନାହିଁ । ଲୋକସଭାରେ ଆଇଟି ମିନିଷ୍ଟର ରବି ଶଙ୍କର ପ୍ରସାଦ ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ଆଧାର କାର୍ଡ ସହ ଯୋଡ଼ିବା ପ୍ରସଙ୍ଗରେ ଏପରି ସୂଚନା ଲିଖିତ ଆକାରରେ ଦେଇଛନ୍ତି ।

ପ୍ରସାଦଙ୍କ କହିବା ଅନୁଯାୟୀ ନୀତି ଓ ଡିଜାଇନ ଅନୁସାରେ ୟୁଆଇଡିଏଆଇ ଆଧାର ଦ୍ଵାରା କେବଳ ଲୋକମାନଙ୍କ ପ୍ରମାଣପତ୍ର ଏକତ୍ରୀତ କରିପାରିବ କିନ୍ତୁ ସେମାନଙ୍କୁ ଦୃଷ୍ଟିରେ ରଖାଯାଇ ପାରିବ ନାହିଁ । ତାସହିତ ଏହା ମାଧ୍ୟମରେ ସୂଚନା କେବଳ ନୋମିନେସନ କିମ୍ବା ଅପଡେସନ୍ ସମୟରେ ହିଁ ଯୋଡା ଯାଇପାରିବ ।

 

ଏହାସହ ପଢନ୍ତୁ ଘରେ ଅତି ସହଜରେ ଆଧାର ଲକ ଓ ଅନଲକ କରିବାର ପୂରା ପ୍ରଣାଳୀ ଜାଣନ୍ତୁ

ଏହାକୁ କେବେବି ସେୟାର କରାଯାଇପାରିବ ନାହିଁ । ପ୍ରସାଦଙ୍କ କହିବା ଅନୁଯାୟୀ ଆଧାର ମୂଳ ରୂପରେ ନ୍ୟୁନତମ ସୂଚନା, ଅନୁକୂଳ ଅଜ୍ଞାନତା ଏବଂ ସଙ୍ଘବଦ୍ଧ ଡାଟାବେସ ଉପରେ ଆଧାରିତ । ଏହାସହିତ ସେ କହିଛନ୍ତି ଯେ ଆଧାରରେ ନାମ, ଠିକଣା, ଲିଙ୍ଗ, ଜନ୍ମତାରିଖ ବା ବୟସ, ଫଟୋ ଏବଂ ଦଶଟି ଆଙ୍ଗୁଳିର ଚିହ୍ନ ଓ ଆଖିର ଆଇଡେଣ୍ଟିଫିକେସନ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.