ଦିଲ୍ଲୀ ବିମାନ ବନ୍ଦରରେ ବୁଲୁଥିବା ସମୟରେ ଉଠାଇନେଲା ପୋଲିସ, ଜାଣନ୍ତୁ ଏହା ପଛର କାରଣ

ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କୁ ସୋମବାର ଦିନ ଗିରଫ କରାଯାଇଛି । ଲୁଫସାନା ଏୟାର ଲାଇନ୍ସର ଫରଜି ପାଇଲଟର ବେଶ ଧରି ସିକ୍ୟୁରିଟି ଚେକ ପାରି କରି ପ୍ଲେନରେ ବସିବାକୁ ଯାଉଥିବା ସମୟରେ ହିଁ ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣକୁ ଗିରଫ କରାଯାଇଥିଲା । କୋଲକାତା ଅଭିମୁଖେ ଯାଉଥିବା ଏୟାର ଏସିଆ ଫ୍ଲାଇଟରେ ବସିବାକୁ ଯାଉଥିବା ସମୟରେ ହିଁ ତାଙ୍କୁ ଦିଲ୍ଲୀ ପୋଲିସ ତରଫରୁ ସୋମବାର ଦିନ ଗିରଫ କରାଯାଇଛି । ତଦନ୍ତରୁ ଜଣା ପଡିଥିଲା କି ଏହି ବ୍ୟକ୍ତିଙ୍କ ପୁରା ନାଁ ହେଉଛି ରାଜନ ମେହବୁମାନି । ଏବାବଦରେ ସିଆଇଏସଏଫ ତରଫରୁ କୁହାଯାଇଛି କି କିଛି ଦିନ ତଳେ ଜର୍ମାନ ସୁରକ୍ଷା ଏଜେନ୍ସି ତରଫରୁ ତାଙ୍କୁ ଏକ ସତର ବାର୍ତ୍ତା ଜାରି କରାଯାଇଥିଲା ।

pilot

ଏହା ସହ କୁହାଯାଇଥିଲା କି କୌଣସି ଏକ ସନ୍ଦିଗ୍ଧ ବ୍ୟକ୍ତି ପାଇଲଟ ବେଶରେ ଲୁଫସାନା ଏୟାର ଲାଇନ୍ସରେ କିଛି ଦିନ ହେବ ଚଳ ପ୍ରଚଳ କରୁଛନ୍ତି । ପୂର୍ବରୁ ଏହି ବ୍ୟକ୍ତିଙ୍କ ପାଖରେ ଲୁଫସାନା ଏୟାର ଲାଇନ୍ସର ଏକ ଫର୍ଜ୍ଜି ଆଇ କାର୍ଡ ଥିବା ମଧ୍ୟ ଜଣା ଯାଇଛି । ଯାହା ସାହାଯ୍ୟରେ ସେ ବେଧଡକ ଭାବେ ଫ୍ଲାଇଟ ଭିତରକୁ ଯା ଆସ କରିପାରୁଥିଲେ । ଏ ବିଷୟରେ ଯେତେବେଳେ ସେହି ବ୍ୟକ୍ତି ଜଣଙ୍କୁ ପଚରା କରାଯାଇଥିଲା ସେ ଏକ ରୋଚକ ତଥ୍ୟ ପଦାକୁ ଆଣିଛନ୍ତି । ବିଭିନ୍ନ ବେଶ ଧାରଣ କରି ୟୁ ଟ୍ୟୁବ ଭିଡିଓ କରିବାରେ ବିଶେଷ ଥିବା କଥା ମଧ୍ୟ ସେ ପ୍ରକାଶ କରିଛନ୍ତି । ଆଉ ତାଙ୍କୁ ଏହି ଫର୍ଜ୍ଜି ଆଇକାର୍ଡ ଥାଇଲାଣ୍ଡର ରାଜଧାନୀ ବାଙ୍ଗକକରୁ ମିଳିଥିବା କଥା ମଧ୍ୟ ସେ କହିଛନ୍ତି । ଅଧିକ ପଚରା ଉଚୁରାରୁ ଜଣା ପଡିଥିଲା କି ମେହବୁବନି ନାମକ ଏହି ବ୍ୟକ୍ତି ଜଣକ ବିଭିନ୍ନ କ୍ଷେତ୍ରର ଲୋକ ମାନଙ୍କ ବେଶ ଧରି ଫୋଟୋ ଉଠାଇବାରେ ବିଶେଷ ସଉକ ରଖନ୍ତି ।

ଏହା ସହ ପଢନ୍ତୁ: ଟ୍ୟାକ୍ସ ଫାଙ୍କିବାକୁ ଝରକା ବାଟେ ଫିଙ୍ଗିଦେଲେ ୫୦୦, ୨୦୦୦ ଟଙ୍କିଆ ନୋଟ୍‌ ବଣ୍ଡଲ, ଦେଖନ୍ତୁ ଭିଡିଓ

 

pilot

ଖାଲି ଏତିକି ନୁହେଁ ତାଙ୍କ ଫୋନରୁ ପୋଲିସକୁ ଭାରତୀୟ ସେନାର ବର୍ଦ୍ଦି ପିନ୍ଧିଥିବାର ଏକ ଫୋଟୋ ମଧ୍ୟ ମିଳିଛି । ଯାହାକୁ ପିନ୍ଧି ସେ ଟିକ ଟକ ଭିଡିଓ ସୁଟ କରିଥିଲେ । ପୋଲିସ ଉପଆୟୁକ୍ତଙ୍କ କହିବା ଅନୁଯାୟୀ ମେହବୁମାନି ବାରମ୍ବାର ଏହିଭଳି ବେଶ ଧାରଣ କରି ବିମାନ ଯାତ୍ରା କରିବାକୁ ଆସୁଥିଲେ । ନକଲି ବେଶ ଯୋଗୁଁ ତାଙ୍କୁ ସହଜରେ ଚିନ୍ହି ମଧ୍ୟ ହେଉନଥିଲା । ତେଣୁ ସେ ଅତି ସହଜରେ ବେଧଡକ ଭାବେ ବିମାନ ଭିତରକୁ ସେ ଯାଆସ କରି ପାରୁଥିଲେ । ତାଙ୍କୁ ବନ୍ଦରର ସିକ୍ୟୁରିଟି ଏଜେନ୍ସି କି ଏୟାର ଲାଇନ୍ସ ତରଫରୁ ମଧ୍ୟ କୌଣସି ପ୍ରଶ୍ନ କରାଯାଉନଥିଲା ।ଖାଲି ସେତିକି ନୁହେଁ ମହାବୁମାନି ବହୁବାର ନିଜ ଫର୍ଜ୍ଜି ଡକ୍ୟୁମେଣ୍ଟ ସାହାଯ୍ୟରେ ନିଜ ସିଟ ଅପଗ୍ରେଡ଼ ବା ଅଦଳ ବଦଳ ମଧ୍ୟ କରାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.