୧ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି କାର୍ଡ ପ୍ରତିଶ୍ରୁତି: ୟୁପି କଂଗ୍ରେସ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଲମ୍ବାଧାଡ଼ି

ନୂଆଦିଲ୍ଲୀ : ବଢିଲା ଇଣ୍ଡିଆ ମେଣ୍ଟର ଅଡୁଆ । ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଇଣ୍ଡିଆ ମେଣ୍ଟକୁ ଅପ୍ରତ୍ୟାଶିତ ସଫଳତା ପରେ କଂଗ୍ରେସ କାର୍ଯ୍ୟାଳୟ ଆଗରେ ଲାଗିଛି ଲୋକଙ୍କ ଲାଇନ। ଗ୍ୟାରେଣ୍ଟି କାର୍ଡ ନେବା ପାଇଁ ଲାଗିଛି ଲୋକଙ୍କ ଲମ୍ବା ଲାଇନ୍। ନିର୍ବାଚନ ଜିତିଲେ ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା। ଗ୍ୟାରେଣ୍ଟି କାର୍ଡ ପାଇଁ ମିଳିଥିବା ଫର୍ମ ପୂରଣ କରିଥିବା ମହିଳାମାନେ ଟଙ୍କା ନେବାକୁ କଂଗ୍ରେସ କାର୍ଯ୍ୟାଳୟ ଆଗରେ ଲାଇନ ଲଗାଇଛନ୍ତି। କିଛି ମହିଳା ଗ୍ୟାରେଣ୍ଟି କାର୍ଡ ପାଇଁ ଦାବି କରିଥିବା ବେଳେ ଫର୍ମ ପୂରଣ କରି ରସିଦ୍ ନେଇଥିବା କହିଛନ୍ତି।

କଂଗ୍ରେସ ‘ଘର ଘର ଗ୍ୟାରେଣ୍ଟି’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଯେଉଁଥିରେ ପ୍ରାୟ ୮୦ ହଜାର ପରିବାରଙ୍କ ନିକଟରେ ପହଞ୍ଚିବା ଏବଂ ଏହାର ୨୫ ଗ୍ୟାରେଣ୍ଟି ବିଷୟରେ ଅବଗତ କରାଇବାକୁ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହି ଗ୍ୟାରେଣ୍ଟିଗୁଡିକ ମଧ୍ୟରେ ମହାଲକ୍ଷ୍ମୀ ଯୋଜନା ଥିଲା ଯେଉଁଥିରେ ଦଳ ପ୍ରତିଜ୍ଞା କରିଥିଲା ଯେ ମାସିକ ୮,୫୦୦ ଟଙ୍କା ସିଧାସଳଖ ନିମ୍ନ ଦାରିଦ୍ର୍ୟ ରେଖା (ବିପିଏଲ୍‌) ବର୍ଗର ମହିଳା ପରିବାରର ମୁଖ୍ୟଙ୍କ ଆକାଉଣ୍ଟରେ ଜମା ହେବ । ଏହି ଯୋଜନା କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ଗୃହ ଲକ୍ଷ୍ମୀ ଗ୍ୟାରେଣ୍ଟି ଯୋଜନା ସହିତ ସମାନ ଯେଉଁଥିରେ ଗରିବ ପରିବାରର ମହିଳା ମୁଖ୍ୟମାନଙ୍କୁ ୨,୦୦୦ ଟଙ୍କା ପ୍ରଦାନ କରାଯିବ ।

Leave A Reply

Your email address will not be published.