ଆଜି ବିଶ୍ୱ ଟେଲିଭିଜନ ଦିବସ, ଜାଣନ୍ତୁ କେବେ ଦୁନିଆକୁ ଆସିଥିଲା ଟିଭି

ଟେଲିଭିଜନ ଏକ ଜନ ମାଧ୍ୟମ, ଯାହା ମନୋରଞ୍ଜନ, ଶିକ୍ଷା, ସମାଚାର, ରାଜନୀତି, ଗପସପ ଆଦି ପ୍ରଦାନ କରିଥାଏ। ଏହା ଦୁଇ ବା ତିନି ଆୟତନ ଏବଂ ଧ୍ୱନିରେ ଚାଲୁଥିବା ଛବିକୁ ପ୍ରସାରିତ କରିବାର ଏକ ମାଧ୍ୟମ। ଶିକ୍ଷା ଏବଂ ମନୋରଞ୍ଜନ ଉଭୟର ଏକ ପ୍ରମୁଖ ସ୍ରୋତ ବୋଲି ମଧ୍ୟ ଏଥିରେ କୌଣସି ସନ୍ଦେହ ନାହିଁ। ଟେଲିଭିଜନ ସମାଜରେ ସୂଚନା ପହଞ୍ଚାଇ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିଛି।

ବିଶ୍ୱ ଟେଲିଭିଜନ ଦିବସର ଇତିହାସ:

television-

ଏହାସହ ପଢନ୍ତୁ: ଛୁଇଁବା ମାତ୍ରେ ହିଁ ଦୂର ହୋଇଯାଏ ସବୁ ରୋଗ, ଜାଣନ୍ତୁ ମହାଭାରତ ସହ ସମ୍ବନ୍ଧ ଥିବା ଏହି ବୃକ୍ଷ ବିଷୟରେ

୨୧ ନଭେମ୍ବର ଏବଂ ୨୨ ନଭେମ୍ବର ୧୯୯୬ରେ ସଂଯୁକ୍ତରାଷ୍ଟ୍ର ପ୍ରଥମ ଟେଲିଭିଜନ ମଞ୍ଚ ଆୟୋଜିତ କରିଥିଲା। ଏହି ସୂଚନା ପ୍ରଦାନ କରିବାରେ ଟିଭିର ମହତ୍ୱ ଉପରେ ଚର୍ଚ୍ଚା କରିବା ପାଇଁ ଏକ ମଞ୍ଚ ଏବଂ ଅନୁମତ ମିଡିଆ ପ୍ରଦାନ କରିଥାଏ। ଏହିକାରଣରୁ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ୧୭ ଡିସେମ୍ବର ୧୯୯୬ ମସିହାରେ ସଂକଳ୍ପ ୫୧/୨୦୫ ମାଧ୍ୟମରେ ୨୧ ନଭେମ୍ବରକୁ ବିଶ୍ୱ ଟେଲିଭିଜନ ଦିବସ ରୂପେ ସ୍ଥାପିତ କରାଯାଇଥିଲା। ଟେଲିଭିଜନର ପ୍ରଭାବକୁ ଦେଖିବା ପରେ ଏହି ନିର୍ଣ୍ଣୟ ନିଆଯାଇଥିଲା। ଟେଳିଭିଜନ ଏକ ପ୍ରମୁକ ଉପକରଣ ହୋଇଥିବାରୁ ଏହା ଜନତାଙ୍କର ରାୟକୁ ସୂଚିତ କରିବା ଏବଂ ପ୍ରଭାବିତ କରିବାରେ ସ୍ୱିକାର କରାଯାଇଥାଏ। ଆମେ ବିଶ୍ୱ ରାଜନୀତିରେ ମଧ୍ୟ ଏହାର ପ୍ରଭାବକୁ ଅସ୍ୱିକାର କରିପାରିବା ନାହିଁ । ଅର୍ଥାତ ଏହା ବିଶ୍ୱ ରାଜନୀତିକୁ ପ୍ରଭାବିତ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.