Below header

ତଣ୍ଟି କଣା କରି ଜିଅନ୍ତା ପଶୁର ରକ୍ତ ପିଅନ୍ତିି ଏହି ଜନଜାତି, ଜାଣିଲେ ଆପଣ ବି ଭୟଭୀତ ହୋଇଯିବେ

ଆଫ୍ରିକା ମହାଦେଶରେ ଅନେକ ଆଦିବାସୀ ଜନଜାତି ବସବାସ କରନ୍ତି। ଏମାନଙ୍କର ନିଜସ୍ୱ ଅଲଗା ଅଲଗା ପ୍ରଥା ଏବଂ ପରମ୍ପରା ରହିଥାଏ। ସେମାନଙ୍କ ମଧ୍ୟରୁ ମସାଇ ଜନଜାତି ଅନ୍ୟତମ। ଏହି ଜନଜାତିର ଲୋକଙ୍କୁ ଯୋଦ୍ଧା ରୂପରେ ଚିହ୍ନାଯାଇଥାଏ। ଏମାନେ ତାଞ୍ଜାନିଆ ଏବଂ କେନିଆ ଅଞ୍ଚଳରେ ରୁହନ୍ତି। ଆସନ୍ତୁ ଜାଣିବା ଏମାନଙ୍କ ସହ ଜଡ଼ିତ କିଛି ରୋଚକ କଥା।

1234

ମସାଇ ଜନଜାତିରେ ବୃଦ୍ଧ ଲୋକ ମୁଖିଆ ହୋଇଥାଆନ୍ତି। ସମସ୍ତେ ସେମାନଙ୍କ କଥା ମାନିଥାଆନ୍ତିି। ଏହି ଜନଜାତିର ଲୋକେ ଲାଲ୍‌ ରଙ୍ଗର କପଡ଼ା ପରିଧାନ କରନ୍ତି, ଆଉ ସେଥିରୁ ହିଁ ସେମାନଙ୍କୁ ସହଜରେ ଚିହ୍ନଟ କରାଯାଇଥାଏ। ଏହାକୁ ଶୁକା ବୋଲି କୁହାଯାଏ। ଏଠାରେ ମୃତ୍ୟୁ ପରେ ମୃତଦେହକୁ ସଂସ୍କାର କରାଯାଇ ନ ଥାଏ, ବରଂ ଖୋଲାରେ ଛାଡ଼ି ଦିଆଯାଏ। ତେବେ ଏହା ପଛରେ ଏକ ମାନ୍ୟତା ରହିଛି ଯେ ମୃତଦେହକୁ ପୋତି ଦିଆଗଲେ, ମାଟି ଖରାପ ହୋଇଯାଏ।

1212

ଏହାସହ ପଢ଼ନ୍ତୁ: ‘କଳା ଆମ୍ବ’ ଗଛକୁ କାଟିଲେ ବାହାରୁଥିଲା ରକ୍ତ, ଜାଣନ୍ତୁ ଏଭଳି ନାମକରଣ ପଛରେ କ’ଣ ରହିଛି କାରଣ

ଏମାନେ ଯାଯାବର ଭଳି ଜୀବନ ଜିଅଁନ୍ତି, ଯଦ୍ଦ୍ଵାରା ସେମାନଙ୍କ ଗୃହପାଳିତ ପଶୁଙ୍କ ଲାଗି ନୂଆ ଜାଗା ମିଳିପାରିବ। ଏମାନଙ୍କ ଜୀବନରେ ପଶୁମାନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ପଶୁମାନେ ଏହି ଜନଜାତିଙ୍କର ଖାଦ୍ୟ ବନିଥାଆନ୍ତି। ସେମାନଙ୍କ ସମ୍ପତ୍ତି ସେମାନଙ୍କ ଗୃହପାଳିତ ପଶୁ ଏବଂ ପିଲାଙ୍କ ସଂଖ୍ୟାରୁ ଧାଯ୍ୟର୍ କରାଯାଇଥାଏ। ଏହି ଜନଜାତି କ୍ଷୀର, ମାଂସଠାରୁ ଆରମ୍ଭ କରି କିଛି ଖାସ୍‌ ଅବସରରେ ଜିଅନ୍ତା ପଶୁ ରକ୍ତ ପିଇଥାଆନ୍ତି। କୌଣସି ରୋଗ ହେଲେ କିମ୍ବା ଗର୍ଭାବସ୍ଥାରେ ଏମାନେ ପଶୁ ରକ୍ତ ପିଅନ୍ତି। ଇମ୍ୟୁନ୍‌ ସିଷ୍ଟମ୍‌ ପାଇଁ ପଶୁ ରକ୍ତକୁ ଉତ୍ତମ ବୋଲି ଗଣାଯାଏ। ଏହାଛଡ଼ା ନିଶା କମ୍‌ କରିବା ପାଇଁ କିମ୍ବା ହ୍ୟାଙ୍ଗ୍‌ଓଭର୍‌ କମ୍‌ କରିବା ପାଇଁ ଏମାନେ ରକ୍ତ ପିଇଥାଆନ୍ତି।

45

ଏଠାରେ ପଶୁଙ୍କ ରକ୍ତକୁ ଦୁଇଟି ଉପାୟରେ ପିଆଯାଇଥାଏ। ଗୋଟିଏ ହେଲା, ପଶୁମାନଙ୍କ ବେକରେ ତୀର ଛେଦନ କରି କିଛି ମାତ୍ରାରେ ରକ୍ତ ଏକାଠି କରାଯାଏ। ଆଉ ଅନ୍ୟଟି ହେଲା, ପଶୁମାନଙ୍କ ବେକ କାଟି ସିଧା ମୁହଁ ଲଗାଇ ରକ୍ତ ପିଆଯାଇଥାଏ। ଏମାନେ ଯେଉଁଠିକୁ ବି ଯାଆନ୍ତି, ସେଠି ଛୋଟ ଛୋଟ ଝୋପଡ଼ି କରି ରୁହନ୍ତି। ଏହା ଚାରିପାଖରେ ବାଡ଼, ବଗିଚା ଥାଏ।

12345

ଏହାସହ ପଢ଼ନ୍ତୁ: ଗାର୍ଲଫ୍ରେଣ୍ଡ ପାଇବା ପାଇଁ ଏଠାରେ ଛାତ୍ରମାନେ କରନ୍ତି ‘ଭର୍ଜିନିଟି ଟ୍ରି’ର ପୂଜା, ନିଆଯାଏ ଦମଦମୀ ମାଇଙ୍କ ଆଳତି

ଆଗେ ଏଠାରେ ମର୍ଦ୍ଦ ହେବା ପାଇଁ ଗୋଟିଏ ମାତ୍ର ଉପାୟ ଥିଲା। ତାହା ହେଲା ଭଲ୍ଲା ସାହାଯ୍ୟରେ ସିଂହ ଶିକାର କରିବା। କିନ୍ତୁ ଏବେ ସେହି ପରମ୍ପରା ଲୋପ ପାଇଯାଇଛି। ପଶୁମାନଙ୍କ ଖୋଳକୁ ଏମାନେ ବିଛଣା ରୂପେ ବ୍ୟବହାର କରିଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.