ସହଜ ହେବ ନାହିଁ ପିଙ୍କ୍‌ ବଲ୍‌ରେ ଖେଳିବା, ଏମିତି କହିଲେ ବିରାଟ କୋହଲି

କୋଲକାତା : ପୂର୍ବରୁ ଆମେ ଆପଣମାନଙ୍କୁ ସୂଚନା ଦେଇଛୁ ଯେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ପିଙ୍କ ବଲ୍‌ ଟେଷ୍ଟ ପାଇଁ ସମସ୍ତେ ସନ୍ଦେହ ଭିତରେ ଅଛନ୍ତି । ଆଜି ଏହି କଥା ସ୍ୱୀକାର କରିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି । କାଲି କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡନ୍ସରେ ଦିବାରାତ୍ର ମ୍ୟାଚ୍‌ ଖେଳାଯିବ । ପ୍ରଥମଥର ନାଲି ବଲ୍‌ ଛାଡ଼ି ଗୋଲାପି ବଲ୍‌ରେ ଖେଳାଳିମାନେ ଖେଳିବେ ।

VIRAT-2

ତେବେ ଏହି ବଲ୍‌ ପିଚ୍‌ ଖାଇଲା ପରେ କଣ ହେବ ତାକୁ ନେଇ ସମସ୍ତେ ସନ୍ଦେହ ଭିତରେ । ଏହା ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସୁହାଇବ କିମ୍ବା ବୋଲର୍‌ଙ୍କୁ ତାକୁ ଏବେ ଠାରୁ କହିବା ମୁସ୍କିଲ ବୋଲି ବିରାଟ କହିଛନ୍ତି । ତେଣୁ ମ୍ୟାଚ୍‌ର ପ୍ରଥମ ସେସନ୍‌ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ପ୍ରଥମରେ ଦିବାରାତ୍ର ମ୍ୟାଚ୍‌ ଓ ଦ୍ୱିତୀୟରେ ଗୋଲାପି ବଲ୍‌ । ତେଣୁ ଉଭୟ ଭାରତ ଓ ବାଂଲାଦେଶ ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ରହିବ ବୋଲି ବିରାଟ କହିଛନ୍ତି । ତେବେ ଏହି ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚ ଭରା ହେବ ଏବଂ ଭାରତ-ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌ ଭଳି ଏହା ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ବିରାଟ ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

STADIUMଆସନ୍ତାକାଲି ଦିନ ଗୋଟାଏ ବେଳେ ଖେଳ ଆରମ୍ଭ ହେବ । ଏହା ପୂର୍ବରୁ ପାରା ଟ୍ରୁପ୍‌ ଆକାଶରୁ ଆସି ପଡ଼ିଆରେ ଓହ୍ଲାଇ ଦୁଇ ଦଳର ଅଧିନାୟକଙ୍କୁ ଗୋଲାପି ବଲ୍‌ ଦେବେ । ସେହିପରି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଏଠାରେ ପଡ଼ିଆରେ ନୁହେଁ, କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳି। ସେ ପ୍ରଥମଥର ମ୍ୟାଚ୍‌ର ଧାରାବିବରଣୀ ଦେବେ ।
ତେଣୁ ବେଶ୍‌ କିଛି ନୂଆ ଘଟଣାକୁ ନେଇ ଆସୁଛି ପିଙ୍କ୍‌ ବଲ୍‌ ଟେଷ୍ଟ । ଯାହା କ୍ରିକେଟ୍‌ ଇତିହାସରେ ନୂଆ ଫର୍ଦ୍ଦ ସୃଷ୍ଟି କରିବ । ଦଳର ସବୁ ଖେଳାଳି ଏହି ମ୍ୟାଚ୍‌କୁ ନେଇ ଭାରି ଉତ୍ସାହିତ ଅଛନ୍ତି । ଏହି ଅବସରରେ ବିସିସିଆଇ ସେମାନଙ୍କର ଏକ ଭିଡିଓ ଜାରି କରିଛି ।

ଦେଖନ୍ତୁ ସେହି ଭିଡିଓ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.