ବନ୍ଧୁ ସାଜିଲା ପିଶାଚ: ନିଜ ସାଙ୍ଗକୁ ଦେଲା ଏମିତି ମୃତ୍ୟୁ, ଜାଣିଲେ ଶିହରି ଉଠିବ ଛାତି

ଆଗ୍ରା: ବନ୍ଧୁ ସାଜିଲା ପିଶାଚ। ସାମାନ୍ଯ ଟଙ୍କା ପାଇଁ ନିଜ ବନ୍ଧୁକୁ ଦେଲା ଏମିତି ମୃତ୍ୟୁ ଯାହାକୁ କଳ୍ପନାରେ ବି କେହି ଭାବି ପାରିବେ ନାହିଁ । ଏହି ଘଟଣା ଘଟିଛି, ଉତ୍ତରପ୍ରଦେଶର ଆଗ୍ରାରେ । ଯେଉଁଠାରେ ଜଣେ ବନ୍ଧୁ ନିଜର ବନ୍ଧୁକୁ ହତ୍ଯା କରିଛି । କେବଳ ହତ୍ଯା କରିଛି ତାହା ନୁହେଁ ବରଂ ବନ୍ଧୁର ଶରୀରକୁ ପିସ୍ ପିସ୍ କରି କାଟି ପ୍ରେସର କୁକରରେ ସିଝାଇଛି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୂଯାୟୀ ଆଗ୍ରା ପୋଲିସ୍ ନିକଟରେ ଅକ୍ଟୋବର ୧୮ ତାରିଖରେ ଧର୍ମେନ୍ଦ୍ର ତିୱାରୀ ନାମକ ଜଣେ ଯୁବକଙ୍କ ପିତା ପୁଅ ନିଖୋଜ ଥିବା ନେଇ ଏକ ମାମଲା ରୁଜୁ କଲେ। ଯାହାପରେ ଧର୍ମେନ୍ଦ୍ରଙ୍କୁ ଖୋଜିବାରେ ପୋଲିସ୍ ପ୍ରୟାସ ଆରମ୍ଭ କରିଦେଲା । ଧର୍ମେନ୍ଦ୍ର ଜଣେ କମ୍ପ୍ଯୁଟର ଅପରେଟର ଭାବେ କାମ କରୁଥିବାବେଳେ ସେ ଆଗ୍ରାର କିରାବଲୀ ଅଞ୍ଚଳରେ ରୁହନ୍ତି ।

ଯାଞ୍ଚ ସମୟରେ ପୋଲିସ୍ ଜାଣିବାକୁ ପାଇଲା କି ଶେଷ ଥର ଲଳିତ ନାମକ ଜଣେ ଯୁବକଙ୍କ ସହିତ ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ମିଳିଥିଲା। ଅନ୍ଯପଟେ ଧର୍ମେନ୍ଦ୍ର ନିଖୋଜ ହେବା ପୂର୍ବରୁ ଲଳିତଙ୍କ ସହିତ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏହାପରେ ଲଳିତଙ୍କ ପରିଚୟ ମିଳିଥିଲା । ଏପଟେ ପୋଲିସ୍ ଲଳିତକୁ ଖୋଜିବାରେ ଲାଗିପଡିଥିଲା । ତେବେ ଅକ୍ଟୋବର ୨୯ ତାରିଖରେ ୨୭ ବର୍ଷିୟ ଧର୍ମେନ୍ଦ୍ରଙ୍କର ବାଇକ୍ ମଲପୁରା ଅଞ୍ଚଳରୁ ଉଦ୍ଧାର କରିଥିଲା ପୋଲିସ୍ ।

dead-bodyଅପରପକ୍ଷେ ପୋଲିସ ଯାଞ୍ଚ ପ୍ରକ୍ରିୟାରେ ଜାଣିବାକୁ ପାଇଥିଲା କି ଲଳିତ ଏବଂ ଧର୍ମେନ୍ଦ୍ର ରୁମ୍ ପାର୍ଟନର ଥିଲେ ଏବଂ ଏକାଠି ରହୁଥିଲେ । ଏହାପରେ ପୋଲିସ୍ ସିଧା ଯାଇ ଲଳିତର ଗାଁରେ ପହଁଚିଥିଲା ଏବଂ ସେଠାରୁ ଲଳିତ,ତାଙ୍କ ମା ଓ ଭାଇକୁ ଉଠାଇ ନେଇଥିଲା । ପଚରାଉଚରା ସମୟରେ ଲଳିତ ଯାହା କହିଥିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

ସୂଚନା ଅନୁସାରେ ଲଳିତର ଭାଇ ରୋହିତ ୫୦ଲକ୍ଷ ଟଙ୍କାର ଧାର ଉଧାରରେ ବୁଡି ରହିଥିଲା । ଯାହାକୁ ସୁଝିବା ଅସମ୍ଭବ ହୋଇପଡିଥିଲା । ଲଳିତକୁ ଲାଗୁଥିଲା କି ଧର୍ମେନ୍ଦ୍ର ବଡଲୋକର ପୁଅ । ତେଣୁ ସେ ଧର୍ମେନ୍ଦ୍ରଙ୍କୁ ଅପହରଣ କରି ତା ପରିବାର ଲୋକଙ୍କୁ ଟଙ୍କା ମାଗିବାକୁ ଉପାୟ କରିଥିଲା । ଏଥିପାଇଁ ସେ ଧର୍ମେନ୍ଦ୍ରଙ୍କୁ ଗୋଟେ ନିଜ ଘରକୁ ଡାକି କଫିରେ ନିଶା ବଟିକା ପକାଇ ପିଇବାକୁ ଦେଇଥିଲା । ଏହାପରେ ଅପହରଣ କରି ଏକ ଘରେ ହାତ,ଗୋଡ, ମୁହଁ ବାନ୍ଧି ବନ୍ଦି କରି ରଖିଥିଲା । କିନ୍ତୁ ଅଣନିଶ୍ବାସୀ ହୋଇ ଧର୍ମେନ୍ଦ୍ରଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହାସହ ପଢନ୍ତୁ:

ସେ ୬୦ ରାଣୀର ରାଜା, ଖାଆନ୍ତି ମିଆଁମାରରେ ଶୁଅନ୍ତି ଭାରତରେ

ଏହାପରେ ଲଳିତ ଡରିଯାଇଥିଲା ଏବଂ ଧର୍ମେନ୍ଦ୍ରଙ୍କ ମୃତଦେହକୁ ଟିକ୍ ଟିକ୍ କରି କାଟି ପ୍ରେସର କୁକୁରରେ ସିଝାଇଥିଲା। ଯାହା ସେ ପୋଲିସ୍ ଆଗରେ କହିବା ସହିତ ନିଜର ଦୋଷ ସ୍ବୀକାର କରିଛି । ଅନ୍ଯପଟେ ଲଳିତର ପଡୋଶୀ ମଧ୍ଯ ପୋଲିସ୍ କୁ କହିଛନ୍ତି କି, ସବୁଦିନ ମାଂସ ରନ୍ଧାଯାଉଥିବାର ବାସ୍ନା ଲଳିତର ଘରୁ ଆସୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.