ମଙ୍ଗଳ ଗ୍ରହରେ ବି ରହିଛି ଜୀବନର ସତ୍ତା ! ବିଶ୍ୱାସ ନ ହେଉଥିଲେ ଦେଖନ୍ତୁ ଏହି ସବୁ ଫଟୋ

ଦେଶ ବିଦେଶର ଅନେକ ବୈଜ୍ଞାନିକ ମଙ୍ଗଳ ଗ୍ରହରେ ଜୀବନ୍ତ ରହିହେଉଛି ନା ନାହିଁ ତାହା ବିଷୟରେ ଅନେକ ରିସର୍ଚ୍ଚ କରାଯାଉଛି । ଏହାକୁ ନେଇ ଅନେକ ଦାବି ମଧ୍ୟ ଉଠିଛି ଯେ ମଙ୍ଗଳ ଗ୍ରହରେ ଜୀବିତ ରହିହେବ। ଏହାକୁ ନେଇ ଏବେ ପୁଣି ଥରେ ପ୍ରମାଣ ମିଳିଛି ମଙ୍ଗଳ ଗ୍ରହରେ ଜୀବନ ସମ୍ଭବ। ଓହିଓ ୟୁନିଭର୍ସିଟୀର ଜଣେ ବୈଜ୍ଞାନିକ ଦାବି କରିଛନ୍ତି ଯେ ମଙ୍ଗଳ ଗ୍ରହରେ କୀଟ ଭଳି ଏକ ଜୀବ ରହିଥିବାର ପ୍ରମାଣ ମିଳିଛି। ଏହି ଜୀବ ପାଖାପାଖି ମହୁମାଛି ଭଳି ଦେଖାଯାଉଛି।

mars
nasa

ପ୍ରଫେସର ଓ୍ଵିଲିୟମ ରୋମୋସର କହିଛନ୍ତି ଯେ, ମଙ୍ଗଳରେ ପୂର୍ବରୁ ଏବଂ ବର୍ତ୍ତମାନ ଜୀବନ ସମ୍ଭବ ହେଉଛି। ମାର୍ସ ରୋବର୍ସ ଦ୍ୱାରା ନିଆଯାଇଥିବା ଫଟୋରେ ଜୀବାଷ୍ମ ଏବଂ ଜୀବିତ ଜନ୍ତୁ ଥିବା ଦେଖିବାକୁ ମିଳିଛି। ମଙ୍ଗଳରେ ଦେଖାଯାଇଥିବା ଏହି ଜୀବ ଏକ କୀଟ ବା ରେପଟାଇଲ୍‌ ଭଳି ଦେଖାଯାଉଛି। ଯାହାର ପର, ଓ୍ଵିଙ୍ଗ ଫ୍ଲେକସନ୍‌, କୁର୍ତ୍ତିଲା ଗ୍ଲାଇଡିଂ ଏବଂ ବିଭିନ୍ନ ସଂରଚିତ ପାଦ ଥିବା ଭଳି ତତ୍ତ୍ୱ ଦେଖିବାକୁ ମିଳିଛି। ଯେଉଁ କାରଣରୁ ଏହା ଏକ କୀଟ ହୋଇପାରିଥାଏ ବୋଲି ଅନୁମାନ କରାଯାଉଛି। ଉଠାଯାଇଥିବା ଫଟୋକୁ ଅଲଗା ଅଲଗା ପ୍ରକାରର ଅଧ୍ୟୟନ କରାଯାଉଛି, ଯେଉଁଥିରେ ବ୍ରାଇଟନେସ୍‌, କଣ୍ଟ୍ରାଷ୍ଟ, ସେଟୁରେସନ ଆଦି ବହୁତ ଜିନିଷ ସାମିଲ ଅଛି। ଏହାସହିତ ଏଥିରେ କୌଣସି ବି ଜିନିଷକୁ ହଟା ଯାଇନାହିଁ ଓ ଯୋଡା ଯାଇନାହିଁ।

nasa
nasa

ପ୍ରଫେସର ରୋମେସରଙ୍କ ଅନୁସନ୍ଧାନରେ ବ୍ୟବହାର କରାଯାଇଥିବା ମାନଦଣ୍ଡ ମଧ୍ୟରେ ପରିବେଶ ରୂପରେ ସ୍ପଷ୍ଟତା, ଶରୀରର ସମରୂପତା, ଶରୀରର ଅଙ୍ଗର ବିଭାଜନ,କଙ୍କାଳର ଅବଶେଷ ଆଦି ସାମିଲ ରହିଛି। ଗୋଟିଏ ଆକ୍ସୋସ୍କେଲେଟନ ଏବଂ ସଂଯୁକ୍ତ ଉପାଙ୍ଗ,ଗୋଟିଏ ଆର୍ଥୋପୋଡ୍‌ ଚିହ୍ନିବା ପାଇଁ ଯଥେଷ୍ଟ ଅଟେ। ସବୁ ଦ୍ରୁଷ୍ଟିରୁ ଏହି ଜୀବଟିକୁ ଦେଖିଲେ ଏହା ଏକ କୀଟ ବା ରେପଟାଇଲ୍‌ ଭଳି ଦେଖାଯାଉଛି। ମଙ୍ଗଳରେ ମିଳିଥିବା ଏହି ଜୀବ ପୃଥିବୀରେ ଥିବା ମହୁମାଛି ଭଳି ଦେଖାଯାଉଛି। ସେହିପରି ଆଉ ଗୋଟେ ଫଟୋରେ ଏହା ମହୁମାଛି ଗୁମ୍ଫାରେ ଆଶ୍ରୟ ନେବା କିମ୍ବା ମହୁମାଛି ବସା ଭଳି ଦେଖାଯାଉଛି।

insect
NASA

ତେବେ ଜୀବର ଉପସ୍ଥିତି ମଙ୍ଗଳ ଗ୍ରହରେ ପୋଷକ ତତ୍ତ୍ୱ, ଶକ୍ତିର ସ୍ତୋତ୍ର ଏବଂ ପ୍ରକ୍ରୀୟା, ଖାଦ୍ୟ ଶୁଙ୍ଖଳ ଏବଂ ଜାଲି ଓ ଜଳ ଆଦିର ଉପସ୍ଥିତିକୁ ଦର୍ଶାଉଛି। ଏହାସହିତ ମଙ୍ଗଳ ଗ୍ରହରେ ଜୀବନ ସମ୍ଭବ ବୋଲି ମଧ୍ୟ ପ୍ରମାଣ ମିଳୁଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଣ୍ଟୋମୋଜିକଲ ସୋସାଇଟି ଅଫ୍‌ ଆମେରିକାର ରାଷ୍ଟ୍ରୀୟ ବୈଠକରେ ପ୍ରସ୍ତୁତ କରାଯାଇଥିଲା।

ଏହାସହ ପଢନ୍ତୁ : ମାଙ୍କଡ କଲା ଅନଲାଇନରେ ଜିନିଷ ଅର୍ଡର, ମାଲିକ ଦେଖିଲେ ତ ଉଡିଗଲା ହୋସ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.