Below header

ନ୍ୟାସନାଲ ପେନସନ୍‌ ସ୍କିମ୍‌ ନିୟମରେ ହେଲା ପରିବର୍ତ୍ତନ, ଏବେ ଖାତା ଖୋଲିଲେ ମିଳିବ କମିଶନ୍‌

NPS ନିୟମରେ ପରିବର୍ତ୍ତନ। ନ୍ୟାସନାଲ ପେନସନ୍‌ ସ୍କୀମ ରେଗୁଲେଟର, ପେନସନ୍‌ ଫଣ୍ଡ ରେଗ୍ୟୁଲେଟାରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟୀ ଏବେ ନ୍ୟାସନାଲ ପେନସନ୍‌ ସ୍କୀମ (NPS) ନିୟମରେ ବଡ ପରିବର୍ତ୍ତନ କରିଛନ୍ତି। ଏବେ ଏନିପିଏସର ଖାତା ଖୋଲୁଥିବା ପଏଣ୍ଟ ଅଫ୍‌ ପ୍ରିସେନ୍ସ ବା ପିଓପିକୁ କମିଶନ୍‌ ମିଳିବ। ପିଓପିରେ ବ୍ୟାଙ୍କ, ଏନବିଏଫସି ଏବଂ ଅନ୍ୟାନ୍ୟ ସାମିଲ ରହିଛି। ଏହା ଏନପିଏସରେ ଲୋକଙ୍କର ରେଜିଷ୍ଟ୍ରେସନ୍‌ କରିଥାଏ। ଏବଂ ସବସ୍କ୍ରାଇବର୍ସଙ୍କୁ ଆହୁରି ଅନେକ ସୁବିଧା ଉପଲବ୍ଧ କରାଇଥାଏ। ପିଓପି ୧ ସେପ୍ଟେମ୍ବର, ୨୦୨୨ରୁ ୧୫ ଟଙ୍କାରୁ ନେଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କମିଶନ୍‌, ଖାତା ଖୋଲିବା ଦ୍ୱାରା ମିଳିବ।

ପିଏଫଆରଡିଏର କହିବାନୁଯାୟୀ ଏହି ପଦକ୍ଷେପ ଦ୍ୱାରା ପିଓପିର ଡିମାଣ୍ଡ ବଢ଼ିବ କାହିଁକିନା ଏହା ଏନପିଏସ ଖାତା ଖୋଲିବା ପାଇଁ ବହୁତ ଚେଷ୍ଟା କରିଥାଏ ଏବଂ ନିଜ ସଂଶୋଧନକୁ ଉପଯୋଗ କରିଥାଏ। ଏହି ପଦକ୍ଷେପର ଲକ୍ଷ୍ୟ ପିଓପିକୁ କ୍ଷତିପୂର୍ଣ୍ଣ ଉପଲବ୍ଧ କରାଇବା। ଯାହା ପେମେଣ୍ଟ ମାମଲାରେ ଏବେ ପର୍ଯ୍ୟନ୍ତ କ୍ଷତି ହିଁ ପାଇଆସିଛି। ପିଏଫଆରଡିଏ ସ୍ପଷ୍ଟ କରିଛି ଯେ ଏହି କମିଶନ ପିଓପିକୁ ସେତେବେଳେ ମିଳିବ , ଯେତେବେଳେ ଗ୍ରାହକ ‘ଅଲ୍‌ ସିଟିଜେନ୍‌ ମଡେଲ’ ଅନୁଯାୟୀ ସିଧାସଳଖ ନିଜ ଆକାଉଣ୍ଟ ସମ୍ବଦ୍ଧୀତ ସଂସ୍ଥାକୁ ଟଙ୍କା ପଠାଇବାର ବିକଳ୍ପ ବାଛିବେ।

ନିବେଶ ରାଶି ଉପରେ ମିଳିବ ୦.୨୦% କମିଶନ

ପିଏଫଆରଡିଏ ନୂଆ ନିୟମ ଅନୁସାରେ, ଏନପିଏସକୁ ବୃଦ୍ଧି କରାଇବାରେ ସହଯୋଗ କରୁଥିବା ପିଓପିକୁ ୧ ସେପ୍ଟେମ୍ବର ୨୦୨୨ରୁ ଏକ ନିର୍ଦ୍ଧିଷ୍ଟ ଅବଧିରେ କମିଶନ ଦେବାର ନିର୍ଣ୍ଣୟ ନିଆଯାଇଛି। ପେନସନ୍‌ ନିୟାମକ ଜଣାଇଛନ୍ତି ଯେ ନ୍ୟାସନାଲ ପେନସନ୍‌ ସିଷ୍ଟମରେ ଯୋଗଦାନ ପାଇଁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ସହ ସମ୍ବନ୍ଧୀତ ଏଜେନ୍ସୀକୁ ଟଙ୍କା ଟ୍ରାନ୍ସଫର କରିବା ଇ-ଏନପିଏସ ସହିତ ସମାନ। ଏଥିର କମିଶନ୍‌ ପିଓପିକୁ ଦିଆଯିବ। ପ୍ରତ୍ୟେକ୍ଷ ଟଙ୍କା ହସ୍ତାନ୍ତରଣ କରିବା ଦ୍ୱାରା ପିଓପିକୁ ଏକ ନିଶ୍ଚିତ ଅବଧିରେ ୦.୨୦ ପ୍ରତିଶତ କମିଶନ୍‌ ଦିଆଯିବ। କମିଶନ୍‌ ଅତିକମରେ ୧୫ ଟଙ୍କା ଏବଂ ଅଧିକରୁ ଅଧିକ ୧୦,୦୦୦ ଟଙ୍କା ହେବ। ଏହି କମିଶନ୍‌ ଗ୍ରାହକଙ୍କ ଠାରୁ ହିଁ ନିଆଯିବ। ଏହାକୁ ନିର୍ଦ୍ଧିଷ୍ଟ ଅନ୍ତରାଳରେ ଗ୍ରାହକଙ୍କ ନିବେଶ ୟୁନିଟ ସଂଖ୍ୟାକୁ କମ୍‌ କରି ଆଦାୟ କରାଯିବ।

କଣ ଏହି NPS ?

ରାଷ୍ଟ୍ରୀୟ ପେନସନ୍‌ ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ସାମାଜିକ ସୁରକ୍ଷା ବ୍ୟବସ୍ଥା। ଏହାକୁ ୨୦୦୪ରେ ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ କରାଯାଇଥିଲା। କିନ୍ତୁ ୨୦୦୯ରେ ଏହାକୁ ସବୁ ବର୍ଗଙ୍କ ପାଇଁ ଖୋଲି ଦିଆଗଲା। ରାଷ୍ଟ୍ରୀୟ ପେନସନ୍‌ ଯୋଜନା ସେବାନିବୃତ୍ତି ପାଇଁ ଏକ ନିଜସ୍ୱ ଏବଂ ଲଙ୍ଗ୍‌ ଟର୍ମ ଇନଭେଷ୍ଟମେଣ୍ଟ ସ୍କ୍ରିମ ଅଟେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.