ଦୀର୍ଘ ଦିନର ବ୍ୟବଧାନ ପରେ ଭିନ୍ନ ସ୍ବାଦର ଓଡିଆ ମର୍ଡନ ଗୀତ ଗାଇଲେ ପ୍ରଣବ ପଟ୍ଟନାୟକ, ବହୁଳ ଆଦୃତ ମିଳିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା

ଭୁବନେଶ୍ବର(କେନ୍ୟୁଜ୍): ଗଣେଶ ଚତୁର୍ଥୀର ଶୁଭ ଅବସରରେ ଶୃତି ପ୍ରତିଶୃତି ୟୁଟ୍ୟୁବ ଚ୍ୟାନରେ ମୁକ୍ତିଲାଭ କରିଛି ଏକ ସୁନ୍ଦର ଯୁଗଳବନ୍ଦୀ ମର୍ଡନ ଗୀତ  ‘ଟି-ଆମୋ’ ।  ଏହି ‘ଟି-ଆମୋ’ ଶବ୍ଦଟି ପ୍ରଥମ ଥର ପାଇଁ ବ୍ୟବାହର ହୋଇଛି ଓଡ଼ିଆ ସଙ୍ଗୀତ ଜଗତରେ । ଏହି ‘ଟି-ଆମୋ’ର ଅର୍ଥ ହେଉଛି ଆଇଲଭୟୁ। ଆଜିକାର ବ୍ୟସ୍ତବହୁଳ ଜୀବନ ଭିତରେ ଭଲପାଇବାକୁ ଅନେକ ଲୋକ ଭୁଲି ଯାଇଛନ୍ତି। ସମସ୍ତେ ଏକ ମରିଚିକା ପଛରେ ଦୌଡିଲା ଭଳି ଦୌଡି ଚାଲିଛନ୍ତି। ଜୀବନର ଅବସର ପାଇଁ ସମୟ ବହୁତ କମ ମିଳିଛି। ସେହିଭଳି ପରିପ୍ରେକ୍ଷୀରେ ଏହି ଗୀତର ପରିକଳ୍ପନା ‘ଟି-ଆମୋ’ ନିଶ୍ଚିତ ଭାବେ ଲୋକମାନଙ୍କୁ ଉତ୍ସାହିତ କରିବ ଓ ପରସ୍ପର ଭିତରେ ସ୍ନେହ ସୌହାଦ୍ଦ୍ୟ, ଭଲପାଇବାକୁ ପୁଣି ଥରେ ଉଦଜୀବିତ କରିବ ବୋଲି ଗୀତର ସ୍ରଷ୍ଟା କହିଛନ୍ତି। ସେ ଅହୁରୀ ମଧ୍ୟ କହିଛନ୍ତି ଶୃତି ପ୍ରତିଶୃତି ସବୁବେଳେ ପ୍ରତିଶୃତିବଦ୍ଧ ଓଡିଆ ସ୍ରୋତାମାନଙ୍କୁ ସୁସ୍ଥ ମନୋରଞ୍ଜନର ଖୋରକ ଯୋଗାଇବାପାଇଁ।

ti ami

ଗୀତଟିକୁ ଲେଖିଛନ୍ତି ପ୍ରତିଷ୍ଠିତ ଗୀତିକାର ପ୍ରଫେସର ଚିନ୍ମୟୀ ମହାନ୍ତି। ଅନେକ ଦିନର ବ୍ୟବଧାନ ପରେ କିମ୍ବଦନ୍ତୀ ପୁରୁଷ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ ଏଥିରେ କଣ୍ଠଦାନ କରିଛନ୍ତି। ପ୍ରଣବ ପଟ୍ଟନାୟକଙ୍କ ସାଙ୍ଗରେ କିଟ୍ ବିଶ୍ବବିଦ୍ୟାଳୟର ସାଂସ୍କୃତିକ ପ୍ରଶାସନିକ ଅଧିକାରୀ ଅବନ୍ତିକା ପଟ୍ଟନାୟକ କଣ୍ଠଦାନ କରିଛନ୍ତି। ପ୍ରଣବ ପଟ୍ଟନାୟକ ଓ ଅବନ୍ତିକା ପଟ୍ଟନାୟକ ଉଭୟ ଅତି ଚମତ୍କାର ଭାବରେ ଗୀତଟିକୁ ଗାଇଛନ୍ତି। ଉଭୟଙ୍କ ଗାୟନ ଶୈଳରେ ସ୍ରୋତାମାନେ ଏକ ପୂରୁଣା ଦିନର ବାସ୍ନା ପାଇପାରିବେ ଏକ ନୂଆ ସମିଶ୍ରଣରେ ।

 pranab

ଏହି ସଙ୍ଗିତଟିକୁ ସଜାଇଛନ୍ତି ବିଶିଷ୍ଟ ସଙ୍ଗିତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତି। ସ୍ରୋତାମାନଙ୍କ ନିକଟରେ ଏହି ଗୀତଟି ଆଦୃତ ଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ଓ ସଙ୍ଗୀତକାରମାନେ ଆଶବାଦୀ ଅଛନ୍ତି। ଗତକାଲି ଗୀତଟି ମୁକ୍ତିଲାଭ କରିବା ପରେ ଆଜି ଅନେକ ସ୍ରୋତା ଗୀତଟିକୁ ପ୍ରଶଂସା କରିଛନ୍ତି। ଆଗମୀ ଦିନରେ ସ୍ରୋତାମାନଙ୍କୁ ଏହିଭଳି ଅନେକ ମନଛୁଆଁ ଗୀତ ଭେଟିଦେବାକୁ ଯୋଜନା ରଖିଛି ଶୃତି ପ୍ରତିଶୃତି ଟିମ୍ । ଲୋକମାନେ ଏହି ଗୀତକୁ ବହୁଳ ଭାବେ ଆଦୃତ କରିବେ ବୋଲି ଶୃତି ପ୍ରତିଶୃତି ଆଶା ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.