OPSC ପକ୍ଷରୁ ଜାରି ହେଲା ନିଯୁକ୍ତି ପ୍ରକ୍ରିୟା, ସରକାରୀ ପଦବୀ ପାଇଁ ଆଶାୟୀ ଥିଲେ ତୁରନ୍ତ କରନ୍ତୁ ଆବେଦନ

ଯଦି ଆପଣ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ଆଉ ଏକ ଭଲ ସୁଯୋଗ ଅପେକ୍ଷାରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଏକ ଭଲ ଅଫର ଆସିଛି । ଓଡିଶା ଲୋକ ସେବା ଆୟୋଗ ବା ଓପିଏସସି ରାଜ୍ୟ ମତ୍ସ୍ୟ ଓ ଏଆରଡ଼ି ବିଭାଗ ଅନ୍ତର୍ଗତ ସହାୟକ ମତ୍ସ୍ୟ ଅଧିକାରୀ ନିମନ୍ତେ ୧୫୦ରୁ ଅଧିକ ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛନ୍ତି । ଯେଉଁମାନେ ଏନେଇ ଇତ୍ସୁକ ଅଛନ୍ତି ସେମାନେ ଓଡିଶା ଲୋକ ସେବା ଆୟୋଗର ଅଫିସିଆଲ ୱେବସାଇଟ opsc.gov.inକୁ ଯାଇ ଡାଉନଲୋଡ଼ କରିପାରିବେ ।

ଓଡିଶା ମତ୍ସ୍ୟ ଓ ଏଆରଡ଼ି ବିଭାଗ ଅନ୍ତର୍ଗତ ଜାରି କରାଯାଇଥିବା ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ ୪ ତାରିଖରୁ ଆରମ୍ଭ ହେବ । ଆବେଦନର ଶେଷ ତାରିଖ ମେ ୪ ତାରିଖ ରଖାଯାଇଛି । ଆଶାୟୀମାନେ ଏହି ତାରିଖ ମଧ୍ୟରେ ଆବେଦନ କରିପାରିବେ । ଶେଷ ସମୟରେ କୌଣସି ବି ଟେକ୍ନିକାଲ ସମସ୍ୟାରୁ ରକ୍ଷାପାଇବା ପାଇଁ ତୁରନ୍ତ ଆବେଦନ କରାଇ ନେବା ଜରୁରୀ । ଓଡିଶା ଲୋକ ସେବା ଆୟୋଗ ଦ୍ୱାରା ଜାରି ହୋଇଥିବା ଏହି ନୋଟିଫିକେସନ ଜରିଆରେ ପ୍ରାୟ ୧୭୭ ଟି ପଦରେ ଭର୍ତ୍ତି କରାଯିବ ।

ଆଶାୟୀଙ୍କ ପାଖରେ କୌଣସି ବି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବ୍ୟାଚଲର ଅଫ ଫିସରିଜ ଅଫ ଫୀସରି ସାଇନ୍ସର ଡିଗ୍ରୀ ଥିବା ନିହାତି ଆବଶ୍ୟକ । ଯେବେକି ଆବେଦନ ନିମନ୍ତେ ଆୟୁ ସୀମା ୨୦୧୨ ମସିହା ଜାନୁଆରୀ ପହିଲା ସୁଦ୍ଧା ୨୧ ବର୍ଷରୁ ଅଧିକ ଓ ୩୮ ବର୍ଷରୁ କମ ହେବା ଆବଶ୍ୟକ । ସଂରକ୍ଷିତ ବର୍ଗଙ୍କ ନିମନ୍ତେ ଅଧିକ ୫ ବର୍ଷ ଆୟୁସୀମା ରହିଛି । ଆବେଦନ ପତ୍ର ଜମା କରିବାର ଶେଷ ତାରିଖ ମେ ୧୧
ତାରିଖ ରଖାଯାଇଛି ।

କେମିତି କରିବେ ଆବେଦନ:

– ସର୍ବ ପ୍ରଥମେ ଓଡିଶା ପିଏସସିର ଅଫିସିଆଲ ୱେବସାଇଟ opsc.gov.in କୁ ଯାଆନ୍ତୁ ।

– ଏବେ ହୋମ ପେଜରେ ଦେଖାଯାଉଥିବା ଭର୍ତ୍ତି ପାଇଁ ଜାରି ହୋଇଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣଙ୍କୁ ଏକ ନୂଆ ପେଜ ଦେଖାଦେବ ।

-ଏବେ ଏଠାରେ ଦିଆଯାଇଥିବା ସୂଚନା ଦେଇ ପଞ୍ଜିକରଣ କରନ୍ତୁ ।

– ଏବେ ନିଜ ଆଇଡି, ପାସ୍ୱାର୍ଡ ଦେଇ ଲଗିଂନ କରନ୍ତୁ ।

– ଏବେ ଦିଆଯାଇଥିବା ସୂଚନା ଗୁଡିକୁ ଭରି ଆବେଦନ ପ୍ରକ୍ରିୟା ପୁରା କରନ୍ତୁ ।

– ଏବେ ପରୀକ୍ଷା ଫିସ ଦେଇ ସର୍ବମିଟ ବଟନ ଉପରେ କ୍ଲିକ କରନ୍ତୁ ।

– ଏବେ ଆବେଦନ ପତ୍ରକୁ ଡାଉନଲୋଡ଼ କରି ପ୍ରିଣ୍ଟ ବାହାର କରି ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.