ଆଧାର-ପାନ୍ କାର୍ଡ ଜଲଦି କରନ୍ତୁ ଲିଙ୍କ, ନଚେତ ଦେବାକୁ ହେବ ୧୦ ହଜାର ଟଙ୍କା ଜୋରିମାନା

ଆଧାର କାର୍ଡ ସମସ୍ତ ଜରୁରୀ କାମ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଡକ୍ଯୁମେଣ୍ଟ। ସେହିପରି ପାନ୍ କାର୍ଡର ମଧ୍ୟ ଗୁରୁତ୍ବ ରହିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଧାର ସହିତ ପାନ୍ କାର୍ଡ ଲିଙ୍କ କରିବା ବାଧ୍ୟତାମୂଳକ ଅଟେ। ମନ୍ତ୍ରଣାଳୟ ଜାରି କରିଥିବା ଅଧିସୂଚନା ମୁତାବକ, ୩୧ ମାର୍ଚ୍ଚରୁ ୨୦୨୧ ପର୍ଯ୍ଯନ୍ତ ଏହାକୁ ଲିଙ୍କ କରିବାକୁ ସମୟ ଦିଆଯାଇଛି । ଯଦି ଏହାକୁ ଆପଣ ଦିଆଯାଇଥିବା ସମୟ ଅନୁଯାୟୀ ଲିଙ୍କ ନ କରନ୍ତି ତେବେ ଆୟକର ବିଭାଗ ଆକ୍ଟ ଅନୁଯାୟୀ ୧୦ ହଜାର ଟଙ୍କା ପର୍ଯ୍ଯନ୍ତ ଜୋରିମାନା ଦେବାକୁ ପଡିପାରେ।

ଆୟକର ବିଭାଗ ଅନୁଯାୟୀ, ମାର୍ଚ୍ଚ ୩୧, ୨୦୨୧ ପରେ ଯଦି କୌଣସି ନିଷ୍କ୍ରିୟ ଏବଂ ରଦ୍ଦ ହୋଇଥିବା ପାନ୍ କାର୍ଡର ବ୍ଯବହାର ହୁଏ, ତେବେ ତାଙ୍କ ଉପରେ ଇନକମ୍ ଟ୍ଯାକ୍ସ ଆକ୍ଟ ଅନୁଯାୟୀ ସେକ୍ସନ ୨୭୨B ଅନୁଯାୟୀ ୧୦ ହଜାର ଟଙ୍କା ଜୋରିମାନା ଲାଗିବ। ଏହି ନୋଟିଫିକେସନରେ ଆୟକର ବିଭାଗ କହିଛି, ୩୧ ମାର୍ଚ୍ଚ ପର୍ଯ୍ଯନ୍ତ ଟ୍ଯାକ୍ସପେୟର୍ସ ଯଦି ପାନ୍ ଏବଂ ଆଧାର ଲିଙ୍କ କରିନାହାନ୍ତି, ତେବେ ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ।

ଆଧାର ପାନ୍ ଲିଙ୍କ କରିବା ଅନିବାର୍ଯ୍ଯ । ଆପଣ ଏମିତି ନ କଲେ ପାନ୍ କାର୍ଡକୁ ନିଷ୍କ୍ରିୟ କରିଦିଆଯିବ। ଆଉ ପାନ୍ କାର୍ଡ ନିଷ୍କ୍ରିୟ ହୋଇଗଲେ ଆପଣ ଏହା ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ କାମ ଆଉ କରିପାରିବେ ନାହିଁ।

pan card

ଏମିତି କରନ୍ତୁ ଆଧାର-ପାନ୍ କାର୍ଡ ଲିଙ୍କ:

-ପ୍ରଥମେ ଇନକମ୍ ଟ୍ଯାକ୍ସର ଅଫିସିଆଲ ସାଇଟ୍ incometaxindiaefiling.gov.in କୁ ଯାଆନ୍ତୁ। ସେଠାରେ link Aadhaar ରେ କ୍ଲିକ କରନ୍ତୁ।

– ତାପରେ click hereରେ କ୍ଲିକ କରନ୍ତୁ। ତଳେ ଦିଆଯାଇଥିବା ବକ୍ସରେ ପାନ୍, ଆଧାର ନମ୍ବର, ନିଜ ନାମ ଏବଂ ଦିଆଯାଇଥିବା କ୍ଯାପଚା ଟାଇପ କରନ୍ତୁ।

– ସମସ୍ତ ବକ୍ସକୁ ସଠିକ୍ ଭାବେ ପୂରଣ କରିବା ପରେ ଲିଙ୍କ ଆଧାରରେ କ୍ଲିକ କରନ୍ତୁ।

ଏହାଛଡା କୌଣସି ପାନ୍ ସେଣ୍ଟରକୁ ଯାଇ ଆଧାରକୁ ପାନ୍ କାର୍ଡ ଲିଙ୍କ୍ କରିପାରିବେ। ଏଥିପାଇଁ ୨୫ ଟଙ୍କାରୁ ୧୧୦ ଟଙ୍କା ପର୍ଯ୍ଯନ୍ତ  ଏବଂ ପାନ୍ କାର୍ଡ ଏବଂ ଆଧାର କାର୍ଡର ଫଟୋକପି ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.