Below header

୧୪ ବର୍ଷର କନିଆଁକୁ ବାହା ନ ହୋଇପାରିବାରୁ ବାର ବର୍ଷର ଶାଳିକୁ ନେଇ ବର ଫେରାର୍‌, ପଢ଼ନ୍ତୁ ପୂରା ମାମଲା

ନାବାଳିକା ଶାଳିକୁ ଧରି ବର ହୋଇଆସିଥିବା ଯୁବକ ଫେରାର। ମଧ୍ୟପ୍ରଦେଶର ମୁରୈୟା ଜିଲ୍ଲା ପୋରସା ତହସିଲ ଗାଁରେ ଶୁକ୍ରବାର ଘଟିଛି ଏପରି ଘଟଣା । ଜଣେ ୧୪ ବର୍ଷର ନାବାଳିକା ଝିଅର ବିବାହକୁ ରୋକିବା କାରଣରୁ ବରପାତ୍ର ଜଣଙ୍କ ୧୨ ବର୍ଷର ଶାଳୀକୁ ଧରି ଫେରାର ହୋଇଯାଇଛି।

ସୂଚନାନୁସାରେ, ଏହି ଗାଁର ରାମପ୍ରକାରଣ ସଖବାରଙ୍କ ୧୪ ବର୍ଷ ସାତ ମାସର ଝିଅଙ୍କ ସହ ବିନୋଧ ସଖବାରଙ୍କ ବିବାହ ଠିକ୍ ହୋଇଥିଲା । ଗୁରୁବାର ରାତିରେ ବର ଏବଂ ବରଯାତ୍ରୀ ପୂରା ବ୍ୟାଣ୍ଡ ବାଜା ବାରାତ୍ ନେଇ ଆସିଲେ। କିନ୍ତୁ ନାବାଳିକାକୁ ବିବାହ କରୁଥିବା କଥା ପ୍ରଶାସନ କାନରେ ପଡ଼ିଗଲା । ତୁରନ୍ତ ମହିଳା ଏବଂ ବାଳ ବିକାଶ ବିଭାଗ ତଥା ଚାଇଲ୍ଡ ଲାଇନ୍ ଟିମ୍ ପୋରସା ଥାନାର ପୋଲିସଙ୍କୁ ସାଥିରେ ଧରି ବିବାହସ୍ଥଳରେ ପହଁଚିଥିଲେ । ଫଳରେ ବିବାହ ଅଧାରୁ ଅଟକି ଯାଇଥିଲା ।

ତେବେ ଅଚାନକ ବାହାଘରକୁ ଅଟକାଇଦେବା କାରଣରୁ ବରପାତ୍ର ଜଣଙ୍କ ଏହାକୁ ଅପମାନ୍ ବୋଲି ଭାବିନେଲେ । ଯାହାପରେ ସେ କନିଆଁର ୧୨ ବର୍ଷର ଭଉଣୀକୁ ଅପହରଣ କରି ଛୁ ମାରିଲେ । ବରପାତ୍ର ଏବଂ ମଧ୍ୟସ୍ଥି ଭାବିଥିଲେ ଯେ କନିଆଁକୁ ତ ପ୍ରଶାସନ ନେଇଗଲା ତାର ସାନ ଭଉଣୀକୁ ବିବାହ କରିନେେବେ। ତେବେ ଏହି ଖବର ଯେତେବେଳେ ପୋଲିସ ପାଖରେ ପହଁଚିଲା ସେତେବେଳେ ବରପାତ୍ର ଏବଂ ମଧ୍ୟସ୍ଥିଙ୍କ ଉପରେ ମାମଲା ରୁଜୁ କରି ଖୋଜିବା ଆରମ୍ଭ କରିଦେଲା ପୋଲିସ୍ । ବହୁ ଖୋଜାଖୋଜି ପରେ ୧୨ ବର୍ଷର ଅପହୃତା ନାବାଳିକା, ବରପାତ୍ର ଏବଂ ମଧ୍ୟସ୍ଥିଙ୍କୁ ଧରିଲା ପୋଲିସ । କିନ୍ତୁ ଘଟଣାସ୍ଥଳରୁ ବରପାତ୍ର ଜଣଙ୍କ ଫେରାର ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.