ରାଜ୍ଯରେ ଆଜି ୩୩୫ କରୋନା ପଜିଟିଭ୍ ଚିହ୍ନଟ, ୪ଜଣଙ୍କ ଗଲା ଜୀବନ

ଭୁବନେଶ୍ବର: ରାଜ୍ଯରେ ଆଜି ୩୩୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୯୩ , ଏବଂ ଲୋକାଲ୍ କେସରୁ ୧୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ହଜାର ୩୬୪କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୧୮ ହଜାର ୨୭୮। ଆକ୍ଟିଭ କେସ୍‌ ରହିଛି ୩ ହଜାର ୨୩୧।

ଅନ୍ଯପଟେ, ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଛି। ଏମାନଙ୍କ ଭିତରୁ ସୁନ୍ଦରଗଡରୁ ଜଣଙ୍କର ଜୀବନ ଯାଇଥିବାବେଳେ, ବାଲେଶ୍ବର ଓ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୦୨କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.