ବଲିଉଡ ପାଇଁ ପୁଣି ଏକ ଦୁଃଖ ଖବର, ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଫିଲ୍ମ ‘ ଦ ଡାର୍ଟି ପିକ୍ଚର’ରେ ଅଭିନୟ କରିଥିବା ଆର୍ଯ୍ଯା ବାନାର୍ଜୀଙ୍କ ମୃତଦେହ

ଲୋକପ୍ରିୟ ଚଳଚ୍ଚିତ୍ର ‘ଦ ଡାର୍ଟି ପିକ୍ଚର’ରେ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସହ କାମ କରିସାରିଥିବା ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଦକ୍ଷିଣ କୋଲକାତାର ଯୋଧପୁର ପାର୍କରେ ଆର୍ଯ୍ୟଙ୍କ ଘର। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ ଏବେ ଆତ୍ମହତ୍ୟା ମାମଲା ଆଧାରରେ ତଦନ୍ତ କରୁଛି। ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରଥମେ କବାଟ ଭାଙ୍ଗି ଅଭିନେତ୍ରୀଙ୍କ ଘର ଭିତରକୁ ପଶିଥିଲା, ଯେଉଁଠାରେ ତାଙ୍କ ଶବ ଖଟ ଉପରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ନାକରୁ ରକ୍ତ ବାହାରୁଥିଲା।

ଆର୍ଯ୍ୟାଙ୍କ ଚାକରାଣୀ ସବୁଦିନ ପରି କାଲି ବି ତାଙ୍କ ଘରକୁ ଆସିଥିଲେ କାମ କରିବା ପାଇଁ। ତେବେ ବାରମ୍ବାର କଲିଂ ବେଲ୍ ମାରିବା ପରେ ମଧ୍ୟ ସେ କବାଟ ଖୋଲି ନଥିଲେ। ଅନେକ ଥର କଲ କରିବା ପରେ ବି ଆର୍ଯ୍ୟ ଫୋନ୍ ଉଠାଇ ନଥିଲେ। ଆର୍ଯ୍ୟ ଏକୁଟିଆ ରହୁଥିଲେ ଏବଂ ନିଜକୁ ପ୍ରାୟତଃ ଏକୁଟିଆ ରଖୁଥିଲେ ବୋଲି ଆର୍ଯ୍ୟାଙ୍କ ଚାକରାଣୀ କହିଛନ୍ତି। ପୋଲିସର ତଦନ୍ତ ଜାରି ରହିଛି। ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଏକ ଫୋରେନସିକ୍ ଟିମ୍ ତାଙ୍କ କୋଠରୀରୁ ନମୁନା ସଂଗ୍ରହ କରିଛନ୍ତି।

the dirty picture

ଆର୍ଯ୍ୟ ବାନାର୍ଜୀ ‘ଲଭ୍ ସେକ୍ସ ଓ ଧୋକ୍କା’ ଫିଲ୍ମ ପରେ ‘ଡର୍ଟି ପିକ୍ଚର’ରେ ଆସିଥିଲେ। ଲୋକପ୍ରିୟ ହୀନ୍ଦି ଧାରାବାହିକ ସାବଧାନ ଇଣ୍ଡିଆର କିଛି ଏପିସୋଡରେ ମଧ୍ୟ ସେ ନଜର ଆସିଥିଲେ। ସେ ମୁମ୍ବାଇରେ ମଡେଲିଂ ମଧ୍ୟ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.