Below header

୧୨ ଦିନ ପରେ ପୁଣି ବଢିଲା ପେଟ୍ରୋଲ- ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ହେଲା ଦାମ୍‌

୧୨ ଦିନ ପରେ ପେଟ୍ରୋଲ-ଡିଜେଲ୍ ସାଧାରଣ ଗ୍ରାହକଙ୍କୁ ଝଟକା ଦେଇଛି। ସରକାରୀ ତେଲ କମ୍ପାନୀମାନେ ରବିବାର ଡିଜେଲ୍ ଦାମରେ ୧୬ ପ୍ରତିଶତ ଲିଟର ପିଛା ବୃଦ୍ଧି କରିଛନ୍ତି । ତେବେ ପେଟ୍ରୋଲ୍ ଦାମରେ କିଛି ବୃଦ୍ଧି ଦେଖିବାକୁ ମିଳିନି । ଦିଲ୍ଲୀରେ ଲିଟର ପେଟ୍ରୋଲ୍ ଦାମ୍ ୮୦.୪୩ ଟଙ୍କା ପ୍ରତି ଲିଟର ସ୍ଥିର ଥିବାବେଳେ ଡିଜେଲ୍ ପାଇଁ ଏବେ ଆପଣଙ୍କୁ ୮୦.୯୪ ଟଙ୍କା ଦେବାକୁ ପଡିବ। ଶନିବାର ଦିଲ୍ଲୀରେ ପେଟ୍ରୋଲ ଦାମ୍ ୮୦.୪୩ ଟଙ୍କା ପ୍ରତି ଲିଟର ଓ ଡିଜେଲ୍ ୮୦.୭୮ ଟଙ୍କା ପ୍ରତି ଲିଟର ଥିଲା ।

ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ୍ ଓ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ସକାଳ ୬ଟାରେ ନୂଆ ଦର ଲାଗୁ ହୁଏ । ପେଟ୍ରୋଲ୍ ଓ ଡିଜେଲ୍ ଦାମରେ ଏକ୍ସସାଇଜ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟ ଜିନିଷ ଯୋଡିବା ପରେ ଏହାର ଦାମ୍ ପ୍ରାୟ ଦୁଇଗୁଣା ହୋଇଯାଏ ।

diesel-300x195

ସେହିପରି ମୁମ୍ବାଇରେ ପେଟ୍ରୋଲ ଦାମ ୮୭.୧୯ ଟଙ୍କା ଏବଂ ଡିଜେଲ ଦାମ ୭୯.୧୭ ଟଙ୍କା ରହିଛି। କଲିକତାରେ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୮୨.୧୦ ଏବଂ ୭୬.୦୫ ଟଙ୍କା ରହିଛି। ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦାମ୍‌ ୮୧.୦୫ ରହିଥିବା ବେଳେ ଡିଜେଲ ଦାମ୍‌ ୭୯.୦୭ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.