Below header

ଗାଡି ଚାଳକଙ୍କୁ ଝଟକା ! ଲଗାତର ୪ ଦିନ ଧରି ବଢ଼ିଚାଲିଛି ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ

ଦେଶରେ ଅନଲକ ୧.୦ ଆରମ୍ଭ ହୋଇଯାଇଛି। ପେଟ୍ରୋଲ-ଡିଜେଲ ଦାମରେ ଲଗାତର ବଢ଼ିବାରେ ଲାଗିଛି। ୪ ଦିନରେ ପେଟ୍ରୋଲ ଦାମରେ ଲଗାତର ବଢ଼ିବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲ ଦାମ।

ରାଜ୍ୟରେ ବଢ଼ିଚାଲିଛି ପେଟ୍ରୋଲ ଡିଜେଲ ଦର। ଲଗାତର ୪ ଦିନ ଧରି ବଢ଼ିଚାଲିଛି ପେଟ୍ରୋଲ ଡିଜେଲ ଦର। ରାଜ୍ୟର ୪ ଦିନରେ ୨ଟଙ୍କା ୮୧ ପଇସା ବଢ଼ିଛି ପେଟ୍ରୋଲ ଦର। ଆଜି ଭୁବନେଶ୍ୱରରେ ୬୭ ପଇସା ବଢ଼ିଛି ପେଟ୍ରୋଲ ଦର। ଫଳରେ ରାଜ୍ୟରେ ପେଟ୍ରୋଲ ଦର ରହିଛି ୭୪ ଟଙ୍କା ୪୮ ପଇସା। ସେହିପରି ଡିଜେଲର ଦର ୫୯ ପଇସା ବୃଦ୍ଧି ପାଇ ଡିଜେଲର ଦାମ ରହିଛି ୭୦ ଟଙ୍କା ୫୧ ପଇସା।

ସେହିପରି ଦିଲ୍ଲୀରେ ପେଟ୍ରୋଲ ଦାମରେ ୬୦ ପଇସା ବୃଦ୍ଧି ପାଇ ୭୪ ଟଙ୍କା ପ୍ରତି ଲିଟର ହୋଇଯାଇଛି। ସେହିପରି ଡିଜେଲର ଦାମ ୬୦ ପଇସା ବୃଦ୍ଧି ପାଇଛି। ଏହିପରି ଭାବରେ ୫ ଦିନରେ ପେଟ୍ରୋଲ ୨.୭୪ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ୨.୮୩ ଟଙ୍କା ପ୍ରତି ଲିଟର ମହଙ୍ଗା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.