ଖୁବ୍‌ଶୀଘ୍ର ପରଦାକୁ ଆସୁଛି ଅନୁଷ୍କା ଶର୍ମାଙ୍କ ‘ବୁଲ୍‌ବୁଲ’, ରିଲିଜ୍‌ ହେଲା ଟିଜର; ଦେଖନ୍ତୁ ଫାଷ୍ଟଲୁକ୍‌

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଆକ୍ଟିଂଠାରୁ ବ୍ରେକ୍‌ ନେଇଥିଲେ ମଧ୍ୟ ଟିଭି ସିରିଜ୍‌ ଓ ଫିଲ୍ମ ନିର୍ମାଣ କ୍ଷେତ୍ରରେ ସକ୍ରିୟ ଅଛନ୍ତି। ଅନୁଷ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଆଗାମୀ ନେଟ୍‌ଫ୍ଲିକ୍ସ ଅରିଜିନାଲ ଫିଲ୍ମ ‘ବୁଲବୁଲ’ର ପ୍ରଥମ ଟିଜର ସେୟାର କରିଛନ୍ତି। ବୁଲ୍‌ବୁଲର ଟିଜର ବେଶ୍‌ ଆକର୍ଷଣୀୟ ଲାଗୁଛି।

Anushka Sharma Net Worth 2020: Age, Height, Weight, Husband, Kids ...

ଆମାଜନ ପ୍ରାଇମ୍‌ରେ ଗତ ସିରିଜ୍‌ ‘ପାତାଳ ଲୋକ’ର ସଫଳତାର କିଛି ସପ୍ତାହ ପରେ ‘ବୁଲବୁଲ’ର ଟିଜର ରିଲିଜ୍‌ କରାଯାଇଛି। ବୁଲବୁଲର ନିର୍ମାଣ ଅନୁଷ୍କା ଶର୍ମା ଓ ଭାଇ କର୍ଣ୍ଣେଶ ଶର୍ମାର କ୍ଲିନ୍‌ ସ୍ଲେଟ୍‌ ଫିଲ୍ମ ମାଧ୍ୟମରେ କରାଯାଇଛି। ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ଅନୁଷ୍କା ଶର୍ମା ନିଜେ ଅଭିନୟ କରିନାହାନ୍ତି।


ଅନ୍ଵିତା ଦତ୍ତଙ୍କ ନିର୍ଦ୍ଦେଶିତ ବୁଲ୍‌ବୁଲରେ ତୃପ୍ତି ଡିମରୀ, ଅବିନାଶ ତିଓ୍ଵାରୀ, ରାହୁଲ ବୋଷ, ପାଓଲି ଡେମ୍‌ ଓ ପରମବ୍ରତ ଚଟ୍ଟୋପାଧ୍ୟାୟ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ। ଜୁନ୍‌ ୨୪ରେ ନେଟ୍‌ଫ୍ଲିକ୍ସରେ ପ୍ରଦର୍ଶିତ ହେବାକୁ ଫିଲ୍ମ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଟିଜର ସେୟାର କରି ଅନୁଷ୍କା ଲେଖିଛନ୍ତି ଏହା ବୁଲ୍‌ବୁଲର ପ୍ରଥମ ଲୁକ୍‌। ଆତ୍ମସମୀକ୍ଷା ଓ ନ୍ୟାୟର ଏକ ସୁନ୍ଦର କାହାଣୀ, ବିଦ୍ୟା, ରହସ୍ୟ ଓ ଯୋଜନାରେ ପୂର୍ଣ୍ଣ। ଖୁବ୍‌ଶୀଘ୍ର ନେଟ୍‌ଫ୍ଲିକ୍ସରେ ଆସୁଛି।

Anushka Sharma unveils first look of Netflix film Bulbbul ...

ଅନୁଷ୍କା ପୋଷ୍ଟ କରିଥିବା ଭିଡିଓରେ ଏକ ଝିଅ ଲାଲ୍‌ ଜହ୍ନ ସାମ୍ନାରେ ଡେଉଁଥିବା ଦେଖାଯାଇଛି। ବ୍ୟାକ୍‌ ଗ୍ରାଉଣ୍ଡରେ ଭୟାନକ ଗୀତ ବାଜୁଛି। ଏହି ହରର ଫିଲ୍ମ ବିଷୟରେ ନେଟ୍‌ଫ୍ଲିକ୍ସ ତରଫରୁ କୁହାଯାଇଛି ଜଣେ ବାଳିକା ବଧୂ ଏକ ଆତ୍ମଘାତୀ ମହିଳା ହୋଇଯାଉଛନ୍ତି ଓ ନିଜ ପରିବାରର ଦେଖାଶୁଣା କରୁଛନ୍ତି। ବୁଲବୁଲ ଏକ ଚୁଡେଲର କାହାଣୀ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.