Below header

ଲଞ୍ଚ୍‌ ହେଲା ଜବରଦସ୍ତ ଇଲେକଟ୍ରିକ୍‌ SUV, ମାତ୍ର ୨୧ ମିନିଟରେ ହେବ ଫୁଲ୍‌ ଚାର୍ଜ

ମାର୍କେଟରେ ଇଲେକଟ୍ରିକ କାରର ବଢ଼ୁଥିବା ଡିମାଣ୍ଡକୁ ଦେଖି ସମସ୍ତ ବାହନ ନିର୍ମାଣକାରୀ କମ୍ପାନୀ ନିଜ ଆଡକୁ ଗ୍ରାହକଙ୍କ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ନିଜ ବାହନ ଗୁଡିକରେ ଅନେକ ନୂଆ ନୂଆ ଫିଚର୍ସ ସବୁକୁ ଆଡ୍‌ କରୁଛନ୍ତି ।

ଇଣ୍ଡିଆନ୍‌ ମାର୍କେଟରେ ଇଲେକଟ୍ରିକ କାରର ବଢ଼ୁଥିବା ଡିମାଣ୍ଡକୁ ଦେଖି ସମସ୍ତ ବାହନ ନିର୍ମାଣକାରୀ କମ୍ପାନୀ ନିଜ ଆଡକୁ ଗ୍ରାହକଙ୍କ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ନିଜ ବାହନ ଗୁଡିକରେ ଅନେକ ନୂଆ ନୂଆ ଫିଚର୍ସ ସବୁକୁ ଆଡ୍‌ କରୁଛନ୍ତି । ଏବେ ଜର୍ମାନର ପ୍ରମୁଖ ଲଗଜୁରୀ କାର ନିର୍ମାଣକାରୀ କମ୍ପାନୀ ‘ପୋର୍ଶେ’ ଭାରତୀୟ ବଜାରରେ ନିଜ ନୂଆ ଇଲେକଟ୍ରିକ୍‌ ଏସୟୁଭି Porsche Macanକୁ ଲଞ୍ଚ୍‌ କରିଛି ।

ତେବେ କହିବାକୁ ଚାହିଁବୁ ଯେ ଏହି ଇଲେକଟ୍ରିକ ଏସୟୁଭି ମୋଟ୍‌ ଦୁଇଟି ଭେରିୟଣ୍ଟସରେ ଲଞ୍ଚ୍‌ ହୋଇଛି । କିନ୍ତୁ କମ୍ପାନୀ ଇଣ୍ଡିଆନ୍‌ ମାର୍କେଟରେ କେବଳ ଏକ ମାକାନ୍‌ ଟର୍ବୋ ଭେରିୟଣ୍ଟକୁ ଲଞ୍ଚ୍‌ କରିଛି । ଆକର୍ଷଣୀୟ ଲୁକ୍‌ ଏବଂ ଦମଦାର୍‌ ବ୍ୟାଟେରୀ ପ୍ୟାକ ସହ ଲେସ ଏହି ଏସୟୁଭିର ପ୍ରାରମ୍ଭିକ ଦାମ୍‌ ୧.୬୫ କୋଟି ଟଙ୍କା (ଏକ୍ସ-ସୋରୁମ୍‌) ଅନୁଯାୟୀ ରହିଛି ।

ଲୁକ୍‌ ଏବଂ ଡିଜାଇନ୍‌ ବିଷୟରେ କଥା ହେବା ତ ଏହି କାର ଅନେକ ଗୁଡିଏ ଲଗଜୁରୀ ସୁବିଧା ସହ ଲେସ୍‌ ରହିଛି । ଖାସ କରି ସ୍ପୋର୍ଟି ଫିଲ୍‌ କରାଇଥାଏ ଏହି କାର । ମେକାନ୍‌ ଇଲେକଟ୍ରିକର ଡିଜାଇନ୍‌ ଟାଇକନରୁ ପ୍ରେରିତ ହୋଇଛି ଏହି କାର । ଯେଉଁଥିରେ ଡେ ଟାଇମ୍‌ ରନିଙ୍ଗ ଲାଇଟ୍ସ ସହିତ କୁପେ ଭଳି ଲୁକ୍‌ ଦିଆଯାଇଛି । ଇଣ୍ଟେରିୟର ବିଷୟରେ କଥା ହେବା ତ ଏହି କାର ଏକ ସୁପର ଲଗଜୁରୀ କେବିନ୍‌ ଭଳି ଅନୁଭବ କରାଇଥାଏ । ଯାହା Cayenne ସହିତ ସାମଞ୍ଜସ୍ୟ ରହିଥିବାରୁ ଏହାCayenne ମନେ ପକାଇଦେବ।

ଏଥିରେ ତିନିଟି ସ୍କ୍ରୀନ୍‌ ରହିଛି, ଯେଉଁଥିରେ ୧୨.୬ ଇଞ୍ଚର କର୍ବି ଇନଷ୍ଟମେଣ୍ଟ କ୍ଲଷ୍ଟର ଏବଂ ଷ୍ଟାଣ୍ଡାର୍ଡ ୧୦.୦୯ ଇଞ୍ଚର ଇନଫୋଟେନମେଣ୍ଟ ସାମିଲ ରହିଛି । ପ୍ୟାସେଞ୍ଜର ପାଇଁ ଏକ ୧୦.୯ ଇଞ୍ଚର ଟଚସ୍କ୍ରୀନ୍‌ ମଧ୍ୟ ଉପଲବ୍ଧ ରହିଛି । ଯାହା କାରର ଓଭରଅଲ ଏକ୍ସପେରିୟନ୍ସକୁ ଆହୁରି ବି ଖାସ୍‌ ବନାଉଛି ।

ଯଦିଓ ଏହା ନିଜର ICE ମଡେଲ ତୁଳନାରେ ସାମାନ୍ୟ ବଡ । ପେଟ୍ରୋଲ ମଡେଲ ମୁକାବିଲାରେ ୧୦୩ ମିମି ଲମ୍ବ, ୧୫ ମିମି ଚଉଡା । ଯଦିଓ ଏ,ହାର ଉଚ୍ଚତା ୨ ମିମିରୁ କମ୍‌ ରହିଛି । ଏହି ଇଲେକଟ୍ରିକ କାର ପ୍ରିମିୟମ ପ୍ଲାଟଫର୍ମ ଇଲେକଟ୍ରିକ (ପିପିଇ) ଆର୍କେଟେକ୍ଚରରେ ତିଆରି କରାଯାଇଛି । ଯାହା ପୋର୍ଶେ ଏବଂ ଅଡି ମଧ୍ୟରେ ଏକ ସହଯୋଗାତ୍ମକ ପ୍ରୟାସ । ଏହି ପ୍ଲାଟଫର୍ମର ଉପଯୋଗ ଅପକମିଙ୍ଗ ବାହନ ଯେମିତିକି ଅଡି କ୍ୟୁ୬ ଇ-ଟ୍ରନ୍‌ ଏବଂ କେୟେନ ଇଲେକଟ୍ରିକ ଦ୍ୱାରା ମଧ୍ୟ କରାଯିବ ।

ପାଓ୍ଵାର ଏବଂ ପରଫରମାନ୍ସ

Porsche Macan ର ଇଲେକଟ୍ରିକ ମୋଟର ୪୦୨ ବିଏଚପିର ଦମଦାର ପାଓ୍ଵାର ଏବଂ ୬୫୦ ଏନଏମ ଟର୍କ ଜେନେରେଟ୍‌ କରିଥାଏ । କମ୍ପାନୀ ଦାବି କରିଛି ଯେ ଏହି ଏସୟୁଭି ପ୍ରାୟ ୫.୨ ସେକେଣ୍ଡରେ ହିଁ ୦ ରୁ ୧୦୦ କିମି ପ୍ରତି ଘଣ୍ଟା ବେଗ ଧରିପାରେ । ଏହାର ଟପ୍‌ ସ୍ପିଡ ୨୨୦କିମି/ପ୍ରତି ଘଣ୍ଟା ରହିଛି । ଏଥିରେ ୯୫କିଲୋଓ୍ଵାଟର କ୍ଷମତା ବିଶିଷ୍ଟ ଦମଦାର ବ୍ୟାଟେରର ପ୍ୟାକ୍‌ ଦିଆଯାଇଛି । ଯାହା କାରକୁ ସିଙ୍ଗଳ ଚାର୍ଜରେ ୬୧୩ କିମି ରେଞ୍ଜ ଦେଇଥାଏ । ଏହାର ବ୍ୟାଟେରୀ ୨୭୦କିଲୋଓ୍ଵାଟ ଡିସି ଚାର୍ଜର ଦ୍ୱାରା ଚାର୍ଜ କଲେ ପ୍ରାୟ ୨୧ ମିନିଟରେ ହିଁ ୧୦ ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଯାଇଥାଏ ।

ସେହିପରି ମେକାନ୍‌ ଟର୍ବୋ ଓଭରବୁଷ୍ଟ ମୋଡରେ ୬୩୦ ବିଏଚପି ଏବଂ ୧୧୩୦ ଏନଏମର ପିକ୍‌ ଟର୍କ ଦେଇଥାଏ । ଏହା ମାତ୍ର ୩.୩ ସେକେଣ୍ଡରେ ୦-୧୦୦ କିମି ପ୍ରତି ଘଣ୍ଟା ବେଗ ଧରିପାରେ । ୨୬୦ କିମି ପ୍ରତି ଘଣ୍ଟାର ଟପ୍‌ ସ୍ପିଡ ପର୍ଯ୍ୟନ୍ତ ପହଁଚିଥାଏ ଏହି କାର । ଏହି ମୋଡରେ ଡ୍ରାଇଭ୍‌ କରିବା ଦ୍ୱାରା ଏହା ଏହି ଏସୟୁଭି ସିଙ୍ଗଲ ଚାର୍ଜରେ ୫୯୧ କିମିର ରେଞ୍ଜ୍‌ ପ୍ରଦାନ କରିଥାଏ । କମ୍ପାନର ଚଳିତ ବର୍ଷ ମଝାମଝିରେ ଏହାର ଡେଲିଭରୀ ଆରମ୍ଭ କରିବାକୁ ଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.