ସୋସିଆଲ ମିଡିଆରେ ବନ୍ଧୁତା କରି ଦୁର୍ଷ୍ମମ ଶିକାର ହେଲେ ଯୁବତୀ

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମ୍‌ ବନ୍ଧୁତାରୁ ଜଣେ ଯୁବତୀଙ୍କ ସହ ଯାହା କିଛି ଘଟିଯାଇଛି ତାହା ଆପଣ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଜଣେ ଯୁବତୀ ଇନଷ୍ଟାଗ୍ରାମ୍‌ ବନ୍ଧୁତାରୁ ଦୁଷ୍କର୍ମର ଶିକାର ହୋଇଛନ୍ତି । ଯାହାଫଳରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ଜଣକ ।

ସୋସିଆଲ ମିଡିଆରେ ବନ୍ଧୁତା କରୁଛନ୍ତି କି ? ସେମାନେ ଡକାଉଥିବା ସ୍ଥାନକୁ ଯାଇ ଦେଖା କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍‌। କାରଣ ଏମିତି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମ୍‌ ବନ୍ଧୁତାରୁ ଜଣେ ଯୁବତୀଙ୍କ ସହ ଯାହା କିଛି ଘଟିଯାଇଛି ତାହା ଆପଣ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଜଣେ ଯୁବତୀ ଇନଷ୍ଟାଗ୍ରାମ୍‌ ବନ୍ଧୁତାରୁ ଦୁଷ୍କର୍ମର ଶିକାର ହୋଇଛନ୍ତି । ଯାହାଫଳରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ଜଣକ । ଅଜଣା ଲୋକଙ୍କ ସହ ବନ୍ଧୁତା କରି ଶୋଷଣର ଶିକାର ହୋଇଥିବା କଥା ଅନେକ ଥର ସାମ୍ନାକୁ ଆସିଛି । କିନ୍ତୁ ଏହି ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି । ନିକଟରେ ଜଣେ ୨୧ ବର୍ଷର ଯୁବତୀଙ୍କୁ ଶୋଷଣ କରିଛନ୍ତି ତାଙ୍କ ଇନଷ୍ଟ୍ରାଗ୍ରାମ୍‌ ବନ୍ଧୁ । ଯୁବତୀ ଜଣକ ସୋସିଆଲ ମିଡିଆରେ ପୋଷ୍ଟ କରି ନ୍ୟାୟ ମାଗିଛନ୍ତି । ଏଭଳି ଲଜ୍ଜ୍ୟାକର ଘଟଣା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଘଟିଛି ।

ଜଣେ ଯୁବତୀ ନିଜ ଇନଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରି ତାଙ୍କ ସହ ଘଟିଥିବା ସେହି ସମସ୍ତ ଘଟଣା ବିଷୟରେ ଜଣାଇଛନ୍ତି । ଯେଉଁଥିରେ ସ୍ପଷ୍ଟ ଲେଖିଛନ୍ତି ଯେ, କିପରି ତାଙ୍କର ସେହି ଇନଷ୍ଟାଗ୍ରାମ୍‌ରେ ବନ୍ଧୁତା ହୋଇଥିଲା । ଏବଂ ତାଙ୍କ ସହ କିପରି ବନ୍ଧୁ ଜଣକ ଦୁର୍ବବ୍ୟବହାର କରିଥିଲେ । ତାଙ୍କ କହିବାନୁଯାୟୀ,‘‘ ମୁଁ ମୁମ୍ବାଇ ୨୧ ବର୍ଷୀୟ ଝିଅ । ଇଏ ହେଉଛି ମୋ ଜୀବନର କାହାଣୀ । ଇନଷ୍ଟାଗ୍ରାମରେ ହେତିକ୍‌ ଶାହା ନାମକ ଜଣେ ଯୁବକ ସହ ବନ୍ଧୁତା କରିଥିଲି । ତାଙ୍କୁ ଦେଖା କରିବାକୁ ପ୍ଲାନ୍‌ କଲି । ଜାନୁଆରୀ ୧୩ ତାରିଖରେ ମୋ ଇନଷ୍ଟାଗ୍ରାମ୍‌ ବନ୍ଧୁଙ୍କୁ ପ୍ରଥମ ଥର ପାଇଁ ଦେଖା କରିବାକୁ ଯାଇଥିଲି । ଭାବିଥିଲି ଆଜିର ରାତି ମୋ ପାଇଁ ସବୁଠୁ ଖାସ୍‌ ରାତି ହେବ । କିନ୍ତୁ ଏ ଭାବନାରେ କାହାର ସତେ ଯେମିତି ନଜର ଲାଗିଗଲା । ମୋ ଜୀବନର ସବୁଠୁ ଖରାପ ରାତି ବନିଗଲା । ମୁଁ ହେତିକ୍‌ ଶାହାଙ୍କ ସହ ପାର୍ଟି କରିବି ବୋଲି ଭାବିଥିଲୁ । ଗୋଟିଏ ସ୍ଥାନରୁ ଆରମ୍ଭ କରିଥିଲୁ ବୁଲିବା । ଆଉ ତାଙ୍କର କିଛି ବନ୍ଧୁ ଆସିବା ପରେ ଆମେ ସମସ୍ତେ କିଛି ଖାଦ୍ୟ ଖାଇଥିଲୁ । ଖାଦ୍ୟ ସହ କିଛି ପାନୀୟ ଗ୍ରହଣ କରିଥିଲୁ ଯାହାପରେ ମୋତେ ନିଶା ହୋଇଯାଇଥିଲା । ଯାହାର ଫାଇଦା ଉଠାଇଥିଲା ମୋ ବନ୍ଧୁ । ପାର୍ଟିରେ ଅଧିକ ପିଇବାକୁ ମୋର ବନ୍ଧୁ ଉସକାଇଥିଲା । ମୁଁ ପିଇବା ପରେ ମୋ ସହ କଣ ଘଟିଥିଲା ମୋର କିଛି ମନେ ନାହିଁ । କିନ୍ତୁ ଯେତେବେଳେ ମୋର ହୋସ୍‌ ଆସିଥିଲା ସେତେବେଳେ ସେ ମୋ ସହ ଖରାପ କାମ କରୁଥିଲା । ଆଉ ମୁଁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ମୋତେ ମାଡ଼ ମାରିଥିଲା । ସେଠାରେ ତାର ସାଙ୍ଗମାନେ ତାକୁ ସାହାଯ୍ୟ କରିଥିଲେ । ମୁଁ କିନ୍ତୁ କାହାକୁ ସାହାଯ୍ୟ ମାଗିପାରି ନଥିଲି । ଏହାପରେ ସୋମେନ ମୋତେ ଘଟଣା ସମ୍ପର୍କରେ କାହାକୁ ନ ଜଣାଇବାକୁ ଧମକ ଦେଇଥିଲେ । ଜଣାଇଲେ ଜୀବନରୁ ମାରିଦେବେ ବୋଲି କହିଥିଲେ । ତା ପରେ ମୁଁ ମୋର ଦାଦା ପୁଅ ଭାଇକୁ ଡାକି ଘରକୁ ଯାଇଥିଲି । କିନ୍ତୁ ସେଦିନ ରାତିର ସେହି ଘଟଣା ବିଷୟରେ ମୋ ବାପା ମାଙ୍କୁ ମୁଁ କିଛି କହିବାକୁ ସାହାସ ପାଇ ନଥିଲି । ଏହାପରେ ମୋ ପରିବାର ଲୋକ ଯେତେବେଳେ ଜାଣିଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସେ ତୁରନ୍ତ ଅଭିଯୁକ୍ତ ନାଁରେ ଥାନାରେ ଏତଲା ଦେଇଥିଲେ । ହେଲେ ଘଟଣାକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଗିରଫ ହୋଇନାହିଁ ।’’

ଏନେଇ ଯୁବତୀ ଜଣକ ଇନଷ୍ଟାଗ୍ରାମ୍‌ ରେ ଏକ ପୋଷ୍ଟ କରି ନ୍ୟାୟ ମାଗିଛନ୍ତି । ଆଉ ଯେଉଁ ଯୁବତୀମାନେ ଇନଷ୍ଟାଗ୍ରାମ୍‌ରେ ବନ୍ଧୁତା କରି ଦେଖା କରୁଛନ୍ତି ସେମାନେ ଏପରି ନକରିବାକୁ ବାର୍ତ୍ତା ଦେଇଛନ୍ତି । ତେବେ ଯୁବତୀଙ୍କ ଏହି ପୋଷ୍ଟରେ ମୁମ୍ବାଇ ପୋଲିସ ଦେଖି ଦୁଃଖ ପ୍ରକାଶ କରିବା ସହ ନ୍ୟାୟ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.