ଅପେକ୍ଷାର ଘଟିଲା ଅନ୍ତ, କୋଣାର୍କରେ ନିର୍ମାଣ ହେଲା ନୂତନ ସୂର୍ଯ୍ୟ ମନ୍ଦିର

କୋଣାର୍କରେ ନିର୍ମାଣ ହେଲା ନୂତନ ସୂର୍ଯ୍ୟ ମନ୍ଦିର । ଯାହା ଆଜି ହୋମଯଜ୍ଞ ସହ ଖୁବ ଧୂମଧାମରେ ଉଦଘାଟନ କରାଯାଇଛି । ମାନ୍ୟବର ମୁଖ୍ୟ ଅତିଥି ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ମୁଖ୍ୟ ବକ୍ତା ସହ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠାତା ମୁଖେଶ ଜୈନ ଏବଂ ଶତାଧିକ ସୂର୍ଯ୍ୟ ଭକ୍ତ ଉପସ୍ଥିତ ଥିଲେ ।

କୋଣାର୍କରେ ନିର୍ମାଣ ହେଲା ନୂତନ ସୂର୍ଯ୍ୟ ମନ୍ଦିର । ଦୀର୍ଘ ୮୦୦ ବର୍ଷ ପୂର୍ବରୁ ସୂର୍ଯ୍ୟ ପୂଜାର୍ଚ୍ଚନା ପାଇଁ ପୂରାଣବର୍ଣ୍ଣିତ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଯାଇଥିଲା । ଯେଉଁଠି ଦେଶ ବିଦେଶର ଭକ୍ତ ଓ ଶ୍ରଦ୍ଧାଳୁମାନେ ସୂର୍ଯ୍ୟ ନାରାୟଣଙ୍କ ପୂଜା କରିଥାନ୍ତି । କୁଶଭଦ୍ରା ନଦୀ ସହ ସମୂଦ୍ର ମିଳନର ଗର୍ଭ ଗୃହରେ ଲାଙ୍ଗୁଳା ନରସିଂହ ଦେବ ନିର୍ମାଣ କରିଥିଲେ ଏହି ସୁନ୍ଦର ସୂର୍ଯ୍ୟ ମନ୍ଦିର । ଏହା ତାଙ୍କ ମାତାଙ୍କ ଆଶାଥିଲା। ଦେଶ ଓ ବିଦେଶରୁ ଅନେକ ଲୋକମାନେ ଆସି ଏଠାରେ ସୂର୍ଯ୍ୟ ପୂଜା କରିବା ସହ ସକାଳର ସୂର୍ଯ୍ୟ ଦେଖି ନିଜକୁ ଧନ୍ୟମନେ କରୁଥିଲେ ।

ହେଲେ କଳା ପାହାଡ ଓ ବାତ୍ୟା ପ୍ରଭାବରେ ସୂର୍ଯ୍ୟ ମନ୍ଦିର ଖଣ୍ଡିତ ହୋଇଯିବା ପରେ ଏଠାରେ ସ୍ଥାପିତ ହୋଇଥିବା ସୂର୍ଯ୍ୟ ମୂର୍ତ୍ତି ବ୍ରିଟିଶ ସରକାର ନେଇ ଯାଇଛନ୍ତି । ସେହି ଦିନରୁ ସୂର୍ଯ୍ୟ ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ ହୋଇ ପଡ଼ିରହିଛି । ଆଜକୁ ୮୦୦ ବର୍ଷ ହେବ କୋଣାର୍କରେ ବିଭିନ୍ନ ସ୍ଥାନରେ ଛୋଟଛୋଟ ମନ୍ଦିର ମାନଙ୍କରେ ସୂର୍ଯ୍ୟ ପୂଜା ଚାଲିଥିବା ବେଳେ ଆଜକୁ ୪ବର୍ଷ ହେବ ଓମ ବାବା ଏକ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ସ୍ବପ୍ନ ଦେଖି ମୃତ୍ୟୁବରଣ କରିଥିଲେ । ପରେ ମୁକେଶ ଜୈନ ବହୁ କଷ୍ଟ ଏବଂ ବାଧାବିଘ୍ନର ସାମ୍ନା କରି ଏକ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାକୁ ପ୍ରୟାସ କରିଛନ୍ତି ।

ଯାହା ଆଜି ହୋମଯଜ୍ଞ ସହ ଖୁବ ଧୂମଧାମରେ ଉଦଘାଟନ କରାଯାଇଛି । ମାନ୍ୟବର ମୁଖ୍ୟ ଅତିଥି ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ମୁଖ୍ୟ ବକ୍ତା ସହ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠାତା ମୁଖେଶ ଜୈନ ଏବଂ ଶତାଧିକ ସୂର୍ଯ୍ୟ ଭକ୍ତ ଉପସ୍ଥିତ ଥିଲେ । ଆଜିଠାରୁ ଦେଶ ବିଦେଶରୁ ସୂର୍ଯ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ମାନେ କରିପାରିବେ ନୂତନ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ପୂଜା । ଏହି ମନ୍ଦିରଟି ସାତୋଟି ଘୋଡ଼ା, ୪ଟି ଚକ୍ର ସହ ଏହା ୧୫ ଫୁଟରେ ନିର୍ମିତ ହୋଇଥିବାର ଦେଖିବାକୁ ମିଳିଛି । ପରେ ୩୨୭ ଫୁଟ୍ ଉଚ୍ଚତାର ଏହି ଭବ୍ୟ ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.