ପ୍ରତିଦିନ ମାତ୍ର ୬ ଟଙ୍କା ଜମା କରି ନିଜ ପିଲା ପାଇଁ ସଞ୍ଚୟ କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ଏହି ଯୋଜନାରେ କରନ୍ତୁ ନିବେଶ

ଯଦି ଆପଣ ମଧ୍ୟ ନିଜ ପିଲାମାନଙ୍କୁ ନେଇ ଚିନ୍ତିତ ଅଛନ୍ତି ଏବଂ ସଞ୍ଜୟ କରିବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସର ଏହି ଯୋଜନା ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହୋଇପାରେ ।

ଦିନକୁ ଦିନ ଜିନିଷ ପତ୍ରର ଦରଦାମ୍‌ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନର ମହଙ୍ଗା ଯୁଗରେ ଯେତେ ବି ଇନକମ୍‌ କରନ୍ତୁ ନା କାହିଁକି ସଞ୍ଚୟ କରିବା ଏକଦମ୍‌ ମୁସକିଲ ହୋଇଯାଉଛି । ଆୟ ହିସାବରେ ଖର୍ଚ୍ଚ ବି ବଢ଼ି ବଢ଼ି ଚାଲିଛି । ଅଭିଭାବକ ତ ପିଲାଟଏ ଜନ୍ମ କରିବା ଦିନରୁ ପିତା-ମାତାମାନେ ଚିନ୍ତାରେ ରହୁଛନ୍ତି । ଏମିତି ବି କହି ହେବ ଜନ୍ମ ହେବା ପୂର୍ବରୁ ମଧ୍ୟ ଅଭିଭାବକ ଯୋଜନା ପ୍ରସ୍ତୁତ କରୁଛନ୍ତି । ସେହି ପରିପ୍ରେକ୍ଷୀରେ ପିଲାଙ୍କ ଭବିଷ୍ୟ ପାଇଁ କିଛି କିଛି ସଞ୍ଜିବା ମଧ୍ୟ ଆରମ୍ଭ କରୁଛନ୍ତି । କାହିଁକିନା ସମୟ ଭିତରେ ଯଦି ନ ଭାବିବେ ତାହେଲେ ଆଗାମୀ ଦିନରେ ପିଲାର ପଢ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମେଣ୍ଟାଇବା ବହୁତ କଷ୍ଟକର ହୋଇପଡିବ । ତେଣୁ ଯଦି ଆପଣ ମଧ୍ୟ ନିଜ ପିଲାମାନଙ୍କୁ ନେଇ ଚିନ୍ତିତ ଅଛନ୍ତି ଏବଂ ସଞ୍ଜୟ କରିବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସର ଏହି ଯୋଜନା ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହୋଇପାରେ ।

ଡାକଘରର ବାଲ୍‌ ଜୀବନ ବୀମା ଯୋଜନା (Bal Jeevan Bima Yojana) ଏକ ଉତ୍ତମ ବିକଳ୍ପ ବୋଲି ପ୍ରମାଣିତ ହୋଇପାରେ ଆପଣଙ୍କ ପାଇଁ । ଏହି ଯୋଜନାରେ ପ୍ରତିଦିନ ମାତ୍ର ୬ ଟଙ୍କା ବିନିଯୋଗ କରି ଆପଣ ନିଜ ପିଲାମାନଙ୍କର ଶିକ୍ଷା ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଲକ୍ଷ ଲକ୍ଷ ଟଙ୍କା ଜମା କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ।

ବାଲ୍‌ ଜୀବନ ବିମା ଯୋଜନା ଗ୍ରାମୀଣ ଡାକ ଜୀବନ ବୀମା ଅନ୍ତର୍ଭୁକ୍ତ । ଏହା ହେଉଛି ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବୀମା ଯୋଜନା । ଏହି ବୀମା ନେବା ପାଇଁ ଅଭିଭାବକଙ୍କ ବୟସ ୪୫ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ଏବଂ ପିଲାର ବୟସ ୫ରୁ ୨୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହା ବ୍ୟତୀତ ଅଭିଭାବକ କେବଳ ୨ଟି ପିଲା ପାଇଁ ଏହି ବୀମା ନେଇ ପାରିବେ ।

ପ୍ରତିଦିନ ୬ ଟଙ୍କା ଜମା କରି ପାଇବେ ଲକ୍ଷାଧିକ ଟଙ୍କା

ଏହି ଯୋଜନାରେ ଆପଣ ନିଜ ପିଲାମାନଙ୍କ ପାଇଁ ପ୍ରତିଦିନ ୬ ରୁ ୧୮ ଟଙ୍କା ପର୍ଯ୍ୟନ୍ତ ଏକ ପ୍ରିମିୟମ ଜମା କରିପାରିବେ । ଯଦି ଜଣେ ପଲିସିଧାରୀ ୫ ବର୍ଷ ପାଇଁ ଏହି ପଲିସି ନିଅନ୍ତି ତେବେ ତାଙ୍କୁ ପ୍ରତିଦିନ ୬ ଟଙ୍କା ପ୍ରିମିୟମ ଦେବାକୁ ପଡିବ । କିନ୍ତୁ ଯଦି ଏହି ପଲିସି ୨୦ ବର୍ଷ ପାଇଁ ନିଆଯାଏ, ତେବେ ଦୈନିକ ୧୮ ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏହି ଯୋଜନାରେ ଆପଣଙ୍କୁ ମାସିକ, ତ୍ରୈମାସିକ, ଅଧା ବାର୍ଷିକ ଏବଂ ବାର୍ଷିକ ଭିତ୍ତିରେ ପ୍ରିମିୟମ ଦେବାକୁ ପଡିବ ।
ଏହି ସ୍କିମ୍ ଅଧୀନରେ ଯଦି ପଲିସିଧାରୀ ମ୍ୟାଚୁରିଟି ପୂର୍ବରୁ ମୃତ୍ୟୁବରଣ କରନ୍ତି, ତେବେ ପ୍ରିମିୟମ୍ ବନ୍ଦ ହୋଇଯିବ । ଏଭଳି ପରିସ୍ଥିତିରେ ପିଲାଙ୍କୁ ପଲିସି ପ୍ରିମିୟମ ଦେବାକୁ ପଡିବ ନାହିଁ। ଏହି ନୀତି ୫ ବର୍ଷ ପାଇଁ ନିୟମିତ ପ୍ରିମିୟମ ଦେବା ପରେ ଏକ ପେଡ୍ ଅପ୍ ପଲିସି ହୋଇଯାଏ । ଯାହାପରେ ପିଲାମାନେ ମଧ୍ୟ ବୋନସ୍ ସହ ଟଙ୍କା ଫେରି ପାଇବେ ।

Leave A Reply

Your email address will not be published.