ଦୀପାବଳିରେ ଭୟଙ୍କର ଅଗ୍ନିକାଣ୍ଡ, ଘରେ ପଶିଗଲା ଜଳନ୍ତା ବାଣ

ରକେଟ ବାଣରୁ ନିଆଁ ଲାଗି ଛାରଖାର। ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଶ୍ୟାମ ବଟିକାରେ ଥିବା ଫ୍ଲାଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ସନ୍ଧ୍ୟାରେ ଏକ ରକେଟ୍ ବାଣ ଘର ଭିତରକୁ ପଶି ଆସି ନିଆଁ ଲାଗିଯାଇଥିଲା। ଘରର ସମସ୍ତ ଆସବାବପତ୍ର ଜଳିପୋଡ଼ି ପାଉଁଶ।

ସମ୍ବଲପୁର (କେନ୍ୟୁଜ): ଦୀପାବଳିରେ ଭୟଙ୍କର ଅଗ୍ନିକାଣ୍ଡ । ରକେଟ ବାଣରୁ ନିଆଁ ଲାଗି ଛାରଖାର। ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଶ୍ୟାମ ବଟିକାରେ ଥିବା ଫ୍ଲାଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ସନ୍ଧ୍ୟାରେ ଏକ ରକେଟ୍ ବାଣ ଘର ଭିତରକୁ ପଶି ଆସି ନିଆଁ ଲାଗିଯାଇଥିଲା। ଘର ଲୋକ ନିଆଁ ଲାଗିଥିବା ଦେଖିଲାବେଳକୁ ଘରସାରା ବ୍ୟାପି ଯାଇଥିଲା।

ଅଗ୍ନିଶମ ବିଭାଗ ଖବର ପାଇ ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ ଘରର ସମସ୍ତ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ସୌଭାଗ୍ୟ ବଶତଃ କାହାରି କୌଣସି କ୍ଷତି ହୋଇନାହିଁ। ସେପଟେ ନିକଟରେ ଥିବା ଏକ ବସ୍ତା ଗୋଦାମରେ ମଧ୍ୟ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.