୮ମ ପାସ୍‌ କରିଥିଲେ ଭାରତୀୟ ଡାକ ପାଇଁ ତୁରନ୍ତ କରନ୍ତୁ ଆବେଦନ, ଦରମା ମାସକୁ ୬୩,୨୦୦ରୁ ଅଧିକ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଇଣ୍ଡିଆ ପୋଷ୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ପ୍ରକ୍ରିୟା ପାଇଁ ୯ ଜାନୁଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଇଣ୍ଡିଆ ପୋଷ୍ଟ ଅଫିସର ଅଫିସିଆଲ ୱେବସାଇଟ୍‌  indiapost.govt.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ :

ଏମଭି ମେକାନିକ : ୪

ଏମଭି ଇଲେକ୍ଟ୍ରିସିଆନ : ୧

କପର ଆଣ୍ଡ ଟିନସ୍ମିଥ : ୧

ଅପହୋଲଷ୍ଟର : ୧

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ।

ଏହି ଭର୍ତ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ଆୟୋଜିତ ହେବ ନାହିଁ। ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀ ସିଧାସଳଖ ଇଣ୍ଟରଭ୍ୟୁ ଦେଇ ନିଯୁକ୍ତି କରାଯିବ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ୩୦ ବର୍ଷ ହେବା ଉଚିତ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୮ମ ଶ୍ରେଣୀ ପାସ୍‌ କରିଥିବା ଜରୁରୀ। ଏହାଦ୍ୱାରା ସରକାର ଦ୍ୱାରା ମାନ୍ୟତାପ୍ରାପ୍ତ ଟେକ୍ନିକାଲ ଇନଷ୍ଟିଚ୍ୟୁଟରୁ ସମ୍ବନ୍ଧିତ ଟ୍ରେଡରେ ସାର୍ଟିଫିକେଟ ରହିଥିବା ଜରୁରୀ। ଏହାସହିତ ଟ୍ରାଭେଲ ଲାଇସେନ୍ସ ଥିବା ଜରୁରୀ।

ଦରମା : ନିଯୁକ୍ତ ହେବା ପ୍ରାର୍ଥୀଙ୍କୁ ମାସକୁ ୬୩.୨୦୦ଟଙ୍କାରୁ ଅଧିକ ଦରମା ମିଳିବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ନିମ୍ନଲିଖିତ ଠିକଣାରେ ଆବେଦନ କରିପାରିବେ …

The Senior Manager (JAG), Mail Motor Service, No-37, Greams Road, Chennai-600006

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.