Below header

ପାଓ୍ଵାର ଗ୍ରୀଡ କର୍ପୋରେସନରେ ବମ୍ପର ନିଯୁକ୍ତି, ଡିପ୍ଲୋମା କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ପାଓ୍ଵାର ଗ୍ରୀଡ କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (PGCIL) ଖାଲିପଡିଛି ଡିପ୍ଲୋମା ଟ୍ରେନି ପଦବୀ। ଯେଉଁମାନେ ଏହିସବୁ ପଦବୀରେ ଆବେଦନ କରିବାକୁ ଚାହୁଁଚନ୍ତି, ଶେଷ ତାରିଖ ପୂର୍ବରୁ ନିଶ୍ଚିତ ଭାବେ ଆବେଦନ କରନ୍ତୁ। ଆବେଦନ କରିବା ପାଇଁ ପିଜିସିଆଇଏଲର ଅଧିକାରକ େଓ୍ଵବସାଇଟ www.powergrid.com କୁ ଯାଇ ରିକ୍ର୍ୟୁଟମେଣ୍ଟ ଡ୍ରାଇଭ ମାଧ୍ୟମରେ ଡିପ୍ଲୋମା ଟ୍ରେନି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ପିଜିସିଆଇଏଲର ଏହି ନିଯୁକ୍ତି ଲଦାଖ ଏବଂ କଶ୍ମୀର ରିଜନ ପାଇଁ ହେବ। ଏଥି ମଧ୍ୟରୁ ୫ଟି ପଦ କଶ୍ମୀର ଆଉ ବାକି ଲଦାଖ ପାଇଁ ହେବ।

ପଦବୀ ବିବରଣୀ: ୧୬

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୨୧ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୦ ଏପ୍ରିଲ ୨୦୨୨ରେ ହେବ।

ବୟସ ସୀମା: ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୨୭ ବର୍ଷ ହୋଇଥିବା ବେଳେ ଏହି ପଦବୀ ପାଇଁ ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ ହେବ। ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ।

ଆବେଦନ ଶୁଳ୍କ: ପିଜିସିଆଇଏଲରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ ୩୦୦ ଟଙ୍କାର ଆବେଦନ ଶୁଳ୍କ ଭରିବାକୁ ହେବ। ସଂରକ୍ଷିତ ଶ୍ରେଣୀ ଏବଂ ଦିବ୍ୟାଙ୍ଗ ପାଇଁ କୌଣସି ଶୁଳ୍କ ନାହିଁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://careers.powergrid.in/nr2dtedtcrectt2022/docs/ad.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.