ଜଣାଶୁଣା ଟୁଥ୍‌ପେଷ୍ଟ କମ୍ପାନୀ ଉପରେ ଲାଗିଲା ୧୦ ଲକ୍ଷ ଜରିମାନା! ତୁରନ୍ତ ଭ୍ରାନ୍ତ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ

କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ (ସିସିପିଏ) କିଛି ଭ୍ରାନ୍ତ ବିଜ୍ଞାପନ ପାଇଁ ଏକ ଜଣାଶୁଣା ଟୁଥ୍‌ପେଷ୍ଟ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ସିସିପିଏ କମ୍ପାନୀକୁ ୭ ଦିନ ଭିତରେ ଉକ୍ତ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛି। ମଙ୍ଗଳବାର ଜାରି ଏକ ଅଫିସିଆଲ ନୋଟିସ୍‌ରେ ସିସିପିଏ ଅଧ୍ୟକ୍ଷ ନିଧି ଖରେ ଏହି ଆଦେଶ ଜାରି କରିଛନ୍ତି।

ନୋଟିସ୍‌ରେ କୁହାଯାଇଛି କି, କମ୍ପାନୀ ତୁରନ୍ତ ସେହି ବିଜ୍ଞାପନକୁ ୭ ଦିନ ଭିତରେ ହଟାଉ, ଯେଉଁଥିରେ ଏହା ଦୁନିଆର ନମ୍ବର ଓ୍ଵାନ ଟୁଥ୍‌ପେଷ୍ଟ ବୋଲି ଦାବି କରିଛି ଏବଂ ସାରା ବିଶ୍ୱର ଦନ୍ତ ଚିକିତ୍ସକ ମାନେ ଦାନ୍ତ ସମସ୍ୟାରୁ ଦୂରେଇ ରହିବା ପାଇଁ ଏହି ଟୁଥ୍‌ପେଷ୍ଟ ବ୍ୟବହାରକୁ ପରାମର୍ଶ ଦେଇଛନ୍ତି। ତେବେ ଏହା ପୂର୍ବରୁ ୯ ଫେବୃଆରୀରେ ମଧ୍ୟ ସିସିପିଏ ଏହି ଟୁଥ୍‌ପେଷ୍ଟ କମ୍ପାନୀକୁ ଟେଲିଭିଜନ, ୟୁ-ଟ୍ୟୁବ, ଫେସ୍‌ବୁକ ଏବଂ ଟ୍ଵିଟରରେ ଭ୍ରାନ୍ତ ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.