Below header

ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ, କଳାରାହାଙ୍ଗ ଇଞ୍ଜଣା ପୋଲ ତଳୁ ଏକାଧିକ ନରକଙ୍କାଳ ଜବତ

ଭୁବନେଶ୍ବର(କେନ୍ୟୁଜ): ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଅଖା ଭିତରୁ ଜବତ ହେଲା ଏକାଧିକ ନରକଙ୍କାଳ। ଭୁବନେଶ୍ବର କଳାରାହାଙ୍ଗ ଅଞ୍ଚଳରୁ ମିଳିଛି ଏହି ସବୁ ନରକଙ୍କାଳ। ଖବର ପାଇଁ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛି ମଞ୍ଚେଶ୍ୱର ଥାନା ପୋଲିସ୍। ଏପଟେ ରାଜ୍ଯ ସାଇଣ୍ଟିଫିକ୍ ଟିମ୍ ପକ୍ଷରୁ ମଧ୍ଯ ତଦନ୍ତ ଆରମ୍ଭ ହୋଇଛି। କଳାରାହାଙ୍ଗ ଅଞ୍ଚଳର ଏକ ପୋଲ ତଳୁ ନରକଙ୍କାଳ ଠାବ ହୋଇଥିବା ସୂଚନା ମିଳିଛି।

ଯାହା ଜଣାପଡିଛି, କଳାରାହାଙ୍ଗ ଇଞ୍ଜଣା ପୋଲ ତଳୁ ମିଳିଛି ଖପୁରୀ, କଙ୍କାଳ। ପ୍ରାୟ ୬ଟି ଖପୁରୀ ସହ ଏକାଧିକ କଙ୍କାଳ ଠାବ ହୋଇଛି। କିଭଳି ଏତେ ସଂଖ୍ଯକ ଖପୁରୀ, କଙ୍କାଳ ଏଠାକୁ ଆସିଲା ସେନେଇ କିଛି ସ୍ପଷ୍ଟ ହୋଇନଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.