Below header

BSNLର ଏହି ପ୍ରିପେଡ୍‌ ପ୍ଲାନରେ ପ୍ରତିଦିନ ମିଳିବ ୩ ଡାଟା, ଖାଲି ଏତିକି ନୁହେଁ ଆହୁରି ମିଳିବ ଜବରଦସ୍ତ ଫିଚର୍ସ

ଦେଶର ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ ଅର୍ଥାତ ବିଏସଏନଏଲ (BSNL) ବଜାରରେ ଅନେକ ପ୍ରିପେଡ୍‌ ପ୍ଲାନକୁ ଲଞ୍ଚ କରିଛି, ଯେଉଁଥିରେ ଉପଭୋକ୍ତାଙ୍କୁ ଜବରଦସ୍ତ ଡାଟା ଏବଂ କଲିଙ୍ଗ୍‌ ସୁବିଧା ମିଳୁଛି। କେବଳ ଏତିକି ନୁହେଁ ନିଜର ୟୁଜର୍ସଙ୍କ ଏହି ପ୍ଲାନରେ ବିଏସଏନଏଲ ଟିଭି ଏବଂ ହେଲୋ ଟ୍ୟୁନର ସବସ୍କ୍ରିପସନ୍‌ ମଧ୍ୟ ଦେଉଛି। ଆଜି ଆମେ ଆପଣଙ୍କୁ ବିଏସଏନଏଲର ଦୁଇ ଲମ୍ବା ଅବଧି ବିଶିଷ୍ଟ ପ୍ଲାନ ବିଷୟରେ ଜଣାଇବୁ। ଏହି ଦୁଇ ପ୍ରିପେଡ ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୧ ଜିବି ଅଧିକ ଡାଟା ଏବଂ କଲିଙ୍ଗ୍‌ ସେବା ମିଳିବ। ତେବେ ଆସନ୍ତୁ ଜାଣିବା କମ୍ପାନୀର ଏହି ଦୁଇ ପ୍ଲାନ୍‌ ବିଷୟରେ।

ବିଏସଏନଏଲର ୧୬,୬୯୯ ଟଙ୍କିଆ ପ୍ଲାନ

ଉପଭୋକ୍ତାଙ୍କୁ ଏହି ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା ଏବଂ ୧୦୦ ଏସଏମଏସ ମିଳିବ। ଏହାସହିତ କମ୍ପାନୀ ୟୁଜର୍ସଙ୍କୁ କୌଣସି ବି ନେଟଓ୍ଵାର୍କକୁ କଲ୍‌ କରିବା ପାଇଁ ୨୫୦ ମିନିଟ୍‌ ଦେଉଛି। ଏହାଛଡା ୟୁଜର୍ସଙ୍କୁ ବିଏସଏନଏଲ ଟିଭି ଏବଂ ଟ୍ୟୁନର ସବସ୍କ୍ରିପସନ ମଧ୍ୟ ଦିଆଯିବ। ସେହିପରି ଏହି ପ୍ୟାକର ବୈଧତା ୬୦ ଦିନର ଅଟେ।

bsnlବିଏସଏନଏଲର ୧,୯୯୯ ଟଙ୍କିଆ ପ୍ଲାନ

ଉପଭୋକ୍ତାଙ୍କୁ ଏହି ପ୍ଲାନରେ ୩ ଜିବି ଡାଟା ଏବଂ ୧୦୦ ଏସଏମଏସ ମିଳିବ। ଏହାସହିତ କମ୍ପାନୀ ୟୁଜର୍ସଙ୍କୁ କୌଣସି ବି ନେଟଓ୍ଵାର୍କରେ କଲିଂ ପାଇଁ ୨୫୦ ମିନିଟ୍‌ ଦେବ। ଏହାଛଡା ୟୁଜର୍ସଙ୍କୁ ବିଏସଏନଏଲ ଟିଭି ଏବଂ ଟ୍ୟୁନର ସବସ୍କ୍ରିପସନ୍‌ ମଧ୍ୟ ଦିଆଯିବ। ସେହିପରି ଏହି ପ୍ୟାକର ବୈଧତା ୩୬୫ ଦିନର ଅଟେ।

ବିଏସଏନଏଲର ୧,୯୯୯ ଟଙ୍କିଆ ପ୍ଲାନରେ ମିଳିବ ଏହି ଖାସ୍‌ ଅଫର

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ନିଜର ଗ୍ରାହକଙ୍କୁ ଅଧିକ ଫାଇଦା ଦେବା ପାଇଁ ରିପବ୍ଲିକ ଡେ ଅଫର ଲଞ୍ଚ କରିଥିଲା। ଏହି ଅଫର ଅନୁଯାୟୀ ୟୁଜର୍ସଙ୍କୁ ୧,୯୯୯ ଟଙ୍କିଆ ପ୍ଲାନ ସହିତ ୭୧ ଦିନର ଅତିରିକ୍ତ ବୈଧତା ମିଳିବ। ଏହାର ଅର୍ଥ ହେଉଛି ଏହି ପ୍ୟାକ ର ସମୟ ସୀମା ୩୬୫ ଦିନ ବଦଳରେ ୪୩୬ ଦିନ ପଯ୍ୟର୍ନ୍ତ ହୋଇଯିବ। ସେହିପରି ୟୁଜର୍ସ ଏହି ଅଫରର ଲାଭ ୧୫ ଫେବ୍ରୁୟାରୀ ପଯ୍ୟର୍ନ୍ତ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.