Below header

ଆସନ୍ତା ମେ ୧୫ ତାରିଖରୁ ଦେଶରେ ସ୍ୱାଭାବିକ ହୋଇପାରେ ବିମାନ ଓ ରେଳ ଚଳାଚଳ

ନୂଆଦିଲ୍ଲୀ: ଆସନ୍ତା ୩ ତାରିଖ ନୁହେଁ, ୧୫ ତାରିଖରୁ ଆରମ୍ଭ ହୋଇପାରେ ବିମାନ ଓ ରେଳ ଚଳାଚଳ । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀସ୍ତରୀୟ ବୈଠକରେ ଏନେଇ ଆଲୋଚନା କରାଯାଇଥିବା ଜଣାପଡିଛି । ସେପଟେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି, ବିମାନ ଚଳାଚଳ ନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍‌ ଡାଉନ ଅବଧି ବୃଦ୍ଧି କରାଯାଇଛି । ଏଥିରୁ ସ୍ପଷ୍ଟ ଯେ, ୪ ତାରିଖରୁ ବିମାନ ଓ ରେଳ ଚଳାଚଳ କରିନପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.