Below header

ଦିବ୍ୟାଙ୍ଗ ପୁଅ ମାସ୍କ ପିନ୍ଧିବାକୁ କରାଦେଲା ମନା, ତା’ ପରେ ବାପା ଘଟାଇଲେ ଏପରି କାଣ୍ଡ

କରୋନା ଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ଲାଗୁ ହୋଇଛି। କରୋନା ଭାଇରସରୁ ବଞ୍ଚିବା ପାଇଁ ସମସ୍ତେ ମାସ୍କ ବ୍ୟବହାର କରୁଛନ୍ତି। କିନ୍ତୁ କ’ଣ କେବେ ଏହି ମାସ୍କ କାହା ଜୀବନ ନେଇପାରେ ଆପଣ କେବେ ଚିନ୍ତା କରିଛନ୍ତି କି ? ହୁଏତ ନା। କିନ୍ତୁ ଏପରି ଏକ ହୃଦୟ ବିଦାରକ ଘଟଣା ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି।  କଲିକତାର ଜଣେ ବ୍ୟକ୍ତି ନିଜର ଦିବ୍ୟାଙ୍ଗ ପୁଅକୁ ରାଗରେ ହତ୍ୟା କରିଛନ୍ତି। ପୁଅ ମାସ୍କ ପିନ୍ଧିବାକୁ ମନା କରିବାରୁ ବାପା ଏପରି କାଣ୍ଡ ଘଟାଇଛନ୍ତି। ଏହି ଘଟଣା ଘଟାଇବା ପରେ ବ୍ୟକ୍ତି ଜଣକ ଥାନାକୁ ଯାଇ ନିଜେ ଆତ୍ମ ସମର୍ପଣ କରିଛନ୍ତି।

mask

ସୂଚନା ମୁତବାକ, ଉତ୍ତର କଲିକତାର ବଂଶୀଧର ମାଲିକ(୭୮) ନିଜର ୪୫ ବର୍ଷୀୟ ଦିବ୍ୟାଙ୍ଗ ପୁଅସିରଶେନ୍ଦୁ ମଲ୍ଲିକଙ୍କୁ ଘରୁ ବାହାରକୁ ଗଲେ ମାସ୍କ ପିନ୍ଧିବା ପାଇଁ କହିଥିଲେ। କିନ୍ତୁ ପୁଅ ମାସ୍କ ପିନ୍ଧିବାକୁ ମନା କରୁଥିବାରୁ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା। ପୁଅ ସହିତ ଏପରି ଝଗଡା କରିବା ପରେ ବାପା ରାଗରେ ପୁଅର ତଣ୍ଟି ଚିପି ହତ୍ୟା କରିଛି। ଗୋଟେ କପଡାରେ ପୁଅର ତଣ୍ଟିକୁ ଚିପି ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ଆରୋପୀ ଥାନାକୁ ଆସି ଆତ୍ମସମର୍ପଣ କରିବା ସହ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.