ଏମିତି ଏକ ଦେଶ, ଯେଉଁଠାରେ ଉଭୟ ମହିଳା ଓ ପିନ୍ଧନ୍ତି ଏକାଭଳି ପୋଷାକ; ଜାଣନ୍ତୁ ଆଉ କିଛି ରୋଚକ କଥା

ଦୁନିଆରେ ଏମିତି ଅନେକ ଦେଶ ରହିଛି ଯେଉଁ ଅଞ୍ଚଳର ଲୋକଙ୍କ ଚାଲିଚଳଣି, ଭାଷା, ପୋଷାକ ସମସ୍ତଙ୍କ ଠାରୁ ନିଆରା। ସେମାନଙ୍କ ଖାଦ୍ୟପେୟରେ ମଧ୍ୟ କିଛିଟା ଭିନ୍ନତା ପରିଲକ୍ଷିତ ହୋଇଥାଏ। ସେହିପରି ଏକ ସ୍ଥାନ ହେଉଛି ମେଡାଗାସ୍କାର। ଏହା ଭାରତ ମହାସାଗରରେ ଆଫ୍ରିକାର ପୂର୍ବତଟରେ ସ୍ଥିତ ଏକ ଦ୍ଵିପୀୟ ଦେଶ। ଏହି ଦ୍ବୀପକୁ ଦୁନିଆର ଚତୁର୍ଥ ବୃହତ ଦ୍ବୀପର ମାନ୍ୟତା ମିଳିଛି।

17 amazing facts about Madagascar, the island it took humans ...

ମେଡାଗାସ୍କାର ଏକ ଏଭଳି ଦେଶ ଯେଉଁଠାରେ କେତେକ ଖାସ୍ ପୂଜା ମହୋତ୍ସବରେ ପୁରୁଷ ଓ ମହିଳା ସମେତ ପିଲାମାନେ ମଧ୍ୟ ଏକା ପ୍ରକାରର ପୋଷାକ ପିନ୍ଧିଥାନ୍ତି। ଏହି ପୋଷାକକୁ ସ୍ଥାନୀୟ ଭାଷାରେ ଲାମ୍ବା ବୋଲି କୁହାଯାଏ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ବିବାହରେ ମଧ୍ୟ ଲୋକମାନେ ଲାମ୍ବା ପିନ୍ଧିଥାନ୍ତି। କେବଳ ସେତିକି ନୁହେଁ ମୃତକଙ୍କ ପାଇଁ କଫିନ୍ ଭାବେ ମଧ୍ୟ ଲାମ୍ବା ବ୍ୟବହାର କରାଯାଏ।

मेडागास्कर द्वीप

ରିପୋର୍ଟ ଅନୁସାରେ, ଶତାଧିକ ବର୍ଷ ପୂର୍ବରୁ ମେଡାଗାସ୍କାର ଆଫ୍ରିକାରୁ ଅଲଗା ହୋଇଯାଇଥିଲା। ଏଣୁ ଏହି ଦ୍ବୀପରେ ଦେଖାଯାଉଥିବା ଗଛ ବୃକ୍ଷ ଓ ଜୀବଜନ୍ତୁ ଆଉ କେଉଁଠି ଦେଖାଯାଆନ୍ତି ନାହିଁ। ମେଡାଗାସ୍କାରର ପୁରାତନ ନାଁ ହେଉଛି ମାଲାଗାସୀ। ଏହି ଦ୍ବୀପରେ ବାସ କରୁଥିବା ଲୋକ ଏହାକୁ ମାଲାଗାସୀ ନାଁରେ ହିଁ ଜାଣନ୍ତି।

Madagascar Tours, Travel & Trips | Peregrine Adventures DE

 

ଏହି ଦ୍ୱୀପରେ କେତେକ ଅଦ୍ଭୁତ ଜୀବ ମଧ୍ୟ ବାସ କରନ୍ତି। ସେମାନଙ୍କ ମଧ୍ୟରେ ଟେନରେକ୍ସ(କଣ୍ଟାଯୁକ୍ତ ମୂଷା), ଚିକମିକ କରୁଥିବା ଏଣ୍ଡୁଅ ପ୍ରମୁଖ ଅଧିକ ଦେଖିବାକୁ ମିଳନ୍ତି। ତେବେ ଏଠାରେ ବାସ କରୁଥିବା ବହୁ ଜୀବଜନ୍ତୁ ପ୍ରାୟ ଲୋପ ପାଇଗଲେଣି। ଏହି ଦ୍ବୀପର ମାଟି ଲାଲ ହୋଇଥିବାରୁ ଏହାକୁ ଗ୍ରେଟ ରେଡ ଦ୍ବୀପ ମଧ୍ୟ କୁହାଯାଏ। ଏଠାକାର ମାଟି କୃଷି ଉପଯୋଗୀ ନୁହେଁ। ତେବେ ଏଠାକାର ଲୋକ ଭଗବାନଙ୍କୁ ଅଧିକ ବିଶ୍ୱାସ କରୁଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.