Below header

ଆଜିଠୁ ଭିମ୍‌ସାରରେ ହୋଇଛି କୋଭିଡ୍-19‌ ଟେଷ୍ଟ, ପ୍ରତିଦିନ ଦୁଇଟି ପର୍ଯ୍ୟାୟରେ ହେବ ୯୦ଟି ରକ୍ତ ନମୁନା ପରୀକ୍ଷା

ବୁର୍ଲା: ଆଜିଠୁ ଭିମ୍‌ସାରରେ ହୋଇଛି କୋଭିଡ୍‌ ଟେଷ୍ଟ । ଦିନକୁ ଦୁଇଟି ପର୍ଯ୍ୟାୟରେ ୯୦ଟି ରକ୍ତ ନମୁନା ପରୀକ୍ଷା କରାଯିବ । ଗୋଟିଏ ପର୍ଯ୍ୟାୟରେ ୪୫ଟି ଲେଖାଏଁ ନମୁନା ପରୀକ୍ଷା ହେବ । ପରବର୍ତ୍ତୀ ସମୟରେ ଟେଷ୍ଟିଂକୁ ବୃଦ୍ଧି କରାଯିବ। ଭିମସାର ଉପରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ରୋଗୀ ନିର୍ଭରଶୀଳ ଥିବାରୁ ଏହି ଅଞ୍ଚଳରୁ ଆସୁଥିବା ସ୍ୱାବ ଭିମ୍‌ସାରରେ ହିଁ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ରକ୍ତ ପରୀକ୍ଷା ତଦାରଖ କରିବା

ପାଇଁ ସରକାରଙ୍କ ପକ୍ଷରୁ କଟକ ଏସ୍‌ସିବିରୁ ପ୍ରଫେସର ଦେବୀ ପ୍ରସାଦ ମିଶ୍ରଙ୍କୁ ଭିମ୍‌ସାର ପଠାଯାଇଛି । ଟେଷ୍ଟ କରୁଥିବା ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ୍‌ଙ୍କ ରହିବା ପାଇଁ ଜିଲ୍ଲା ପ୍ରଶସାନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏସସିବି ଓ ଏମକେସିଜି ପରେ ଭୀମ୍‌ସାରକୁ ଟେଷ୍ଟିଂ ପାଇଁ ଅନୁମତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.