ଖୋର୍ଦ୍ଧା: ବାଲୁଗାଁ ଅଲାଇଡି ନିକଟ ବାଇପାସ୍‌ରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ବାଇପାସ୍‌ ଉପରୁ କଲରାପତରିଆ ବାଘର ମୃତ ଦେହ ଉଦ୍ଧାର କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଲାଇଡି ନିକଟ ବାଇପାସ୍‌ରୁ ବାଘର ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ପ୍ରଥମେ ବାଘର ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ । ଅଜଣା ଗାଡି ଧକ୍କାରେ ବାଘର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଜନଗହଳିପୂର୍ଣ୍ଣ ସ୍ଥାନକୁ ବାଘ କିପରି ଆସିଲା ସେନେଇ ଲୋକ ମୁଖରେ ଚର୍ଚ୍ଚା ଚାଲିଛି । ବାଘର ମୃତଦେହ ମିଳିବା ପରେ ଅଞ୍ଚଳବାସୀ ଏକପ୍ରକାର ଆତଙ୍କିତ ହୋଇପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.