Below header

ବଜ୍ରପାତରେ ଜଳିଗଲା ୪ ବଖରା ଘର, ପୋଡିଗଲା ୩ ମାସର ରାସନ ସହିତ ମିଳିଥିବା ଟଙ୍କା

ମାର୍ଶାଘାଇ (କେ ନ୍ୟୁଜ) : କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଗୌଡଗାଁରେ ବଜ୍ରପାତରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳି ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ବିଜୟ ମଲ୍ଲିକ ଓ ଆନନ୍ଦ ମଲ୍ଲିଙ୍କର ୪ ବଖରା ଘର ସହସମସ୍ତ ଆସବାବପତ୍ର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୩ ମାସର ରାସନ ସାମଗ୍ରୀ ସହିତ ଅନୁଦାନ ଅର୍ଥ ମଧ୍ୟ ପୋଡିଯାଇଛି। ଏହି ଦଳିତ ପରିବାର ଦିନ ମଜୁରିଆ ହୋଇଥିବାରୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଅଗ୍ନି ବିପନ୍ନ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ଲୁଗାପଡା ଯୋଗାଇ ଦେଇଛନ୍ତି ଏବଂ ପ୍ରଶାସନକୁ କହି ସମସ୍ତ ସାହାଯ୍ୟ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.