ପାକିସ୍ତାନରେ ଥମିବାର ନାଁ ଧରୁନି କରୋନା ପ୍ରକୋପ, ୮୦୦୦ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

କରୋନା ମହାମାରୀ ଯୋଗୁ ପାକିସ୍ତାନରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ରିପୋର୍ଟ ମୁତାବକ ବର୍ତ୍ତମାନ ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ୮୦୦୦ ରେ ପହଞ୍ଚିଥିବା ବେଳେ ୧୫୯ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।

ରବିବାର ଦିନ ପାକିସ୍ତାନରେ କରୋନା ପଜିଟିଭଙ୍କ ସଂଖ୍ୟା ୭୯୯୩ ରେ ପହଞ୍ଚିଛି। ପଞ୍ଜାବ, ସିନ୍ଧ ଓ ଖେବର ପସ୍ତୁନଖୱା ଅଞ୍ଚଳରେ କୋଭିଡ-୧୯ର ବଡ଼ ହଟସ୍ପଟ ତିଆରି ହେବାକୁ ଯାଉଛି। ଏହି ୩ଟି ଅଞ୍ଚଳରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମାତ୍ର ପାକିସ୍ତାନ ତରଫରୁ ଏପର୍ଯ୍ୟନ୍ତ ସେହି ଅଞ୍ଚଳରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ।

Coronavirus: Sindh schools, colleges closed until March 13 ...

ପାକିସ୍ତାନରେ ସଂକ୍ରମଣର ହାର ପଞ୍ଜାବରେ ସର୍ବାଧିକ ୩୬୪୯ ଥିବା ବେଳେ ମୃତ୍ୟୁସଂଖ୍ୟା ୪୧ ରହିଛି। ଦ୍ଵିତୀୟ ସ୍ଥାନରେ ରହିଛି ସିନ୍ଧ ପ୍ରାନ୍ତ। ଏଠାରେ ୨୩୫୫ ଜଣ ସଂକ୍ରମିତ ହୋଇଥିବା ବେଳେ ୪୮ ଜଣଙ୍କ ମୃତ୍ୟୁ ଘଟିଛି।ସେହିପରି ଖେବର ପସ୍ତୁନଖୱାରେ ସର୍ବାଧିକ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୧୩୭ ଟପିଛି।

Leave A Reply

Your email address will not be published.