Below header

ଆର୍ଥିକ ବର୍ଷରେ ଓଡିଶାକୁ ମିଳିବ କେତେ ଟଙ୍କା ? ଜାଣନ୍ତୁ ..

୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳବାଇରେ ୫ ହଜାର ୮ଶହ କୋଟିରୁ ୬ ହଜାର କୋଟି ଟଙ୍କା ମିଳିବ । ସେଭିତରୁ ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ ପାଇଁ ୨୫୦କୋଟି ଟଙ୍କା, ହରିଦାସପୁର-ପାରାଦୀପ ରେଳପଥ ପାଇଁ ୪ ଶହ କୋଟି ଟଙ୍କା, ହରିଦାସପୁର-ପାରାଦୀପ ପାଇଁ ୪ଶହ କୋଟି ଟଙ୍କା ଅନୁଦାନ ମିଳିବ । ସେହିପରି ଖୋର୍ଦ୍ଧାରୋଡ-ବଲାଙ୍ଗିର ପାଇଁ ୩୫୦ କୋଟି ଟଙ୍କା, ତାଳଚେର-ବିମଳାଗଡ଼ ପାଇଁ ୧୫୦ କୋଟି ଟଙ୍କା, ଜୟପୁର-ମାଲକାନଗିରି ପାଇଁ ୭୦ କୋଟି ଟଙ୍କା ଅନୁଦାନ ଆସିବ । ଜୟପୁର-ନବରଙ୍ଗପୁର ପାଇଁ ୧୦ କୋଟି ଟଙ୍କା ଓ ସମ୍ବଲପୁର-ଟିଟିଲାଗଡ଼ ରେଳଲାଇନ ଦୋହରୀକରଣ ପାଇଁ ୧୭୦କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.