Below header

‘ବଟଲା ହାଉସ’ର ଟ୍ରେଲର ହେଲା ରିଲିଜ୍, ଦେଖିବାକୁ ମିଳିଛି ଜନଙ୍କ ଦମଦାର ଲୁକ

ମୁମ୍ବାଇ : ବଲିଉଡ଼ ଅଭିନେତା ଜନ୍ ଆବ୍ରାହିମଙ୍କ ଆଗାମୀ ଚଳଚ୍ଚିତ୍ର ବାଟଲା ହାଉସର ଟ୍ରେଲର ଆଜି ରିଲିଜ୍ ହୋଇଛି। ଏହି ଫିଲ୍ମରେ ଜନଙ୍କ ସହ ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ମ୍ରୁଣାଲ ଠାକୁର ନଜର ଆସିଛନ୍ତି। ଏହି ଫିଲ୍ମର କାହାଣୀ ରାଜଧାନୀ ଦିଲ୍ଲୀରେ ୨୦୦୮ମସିହାରେ ଘଟିଥିବା ସିଲସିଲେବାର ବୋମା ଆକ୍ରମଣରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳି ବିନିମୟ ଉପରେ ଆଧାରିତ। ଫିଲ୍ମର ଟ୍ରେଲର ଖୁବ ଦମଦାର ରହିଥିବା ବେଳେ ତାହା ଦର୍ଶକଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି।

ଫିଲ୍ମରେ ଜନଙ୍କୁ ପୋଲିସ ଚରିତ୍ରରେ ଦେଖିବାକୁ ମିଳିବ। ଟ୍ରେଲରରେ ଜନ୍ ଏନକାଉଣ୍ଟରରେ କିଛି ଆତଙ୍କବାଦୀ ପିଲାଙ୍କୁ ମାରୁଥିବାର ଦେଖାଯାଇଛି । ଯାହାପରେ ତାଙ୍କ ଉପରେ ର୍ନିମାୟା ଶିଶୁଙ୍କୁ ମାରିବାର ଆରୋପ ଲାଗିଥିଲା।

Batla-House-Poster

ମ୍ରୁନାଲ ଏହି ଫିଲ୍ମରେ ସମ୍ବାଦିକ ଭାବେ ନଜର ଆସିଛନ୍ତି। ଟ୍ରେଲରରେ ଖୁବ ଆକ୍ସନ ଦେଖିବାକୁ ମିଳିଛି। ଏଥିରେ ଜନଙ୍କୁ ଦମଦାର ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ନିଖିଲ ଆଡୱାନୀ ରହିଥିବା ବେଳେ ଏହାର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ଭୁଷଣ କୁମାର। ଫିଲ୍ମଟି ଅଗଷ୍ଟ ୧୫ରେ ରିଲିଜ୍ ହେବାକୁ ଥିବା ବେଳେ ତାହା ମିଶନ ମଙ୍ଗଳ ଏବଂ ସହୋକୁ କଡା ଟକ୍କର ଦେବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.