Below header

୭୦ ହଜାର ପୃଷ୍ଠାର ଚାର୍ଜସିଟ୍, ୨୮୪ ଅଭିଯୁକ୍ତ . . ଭୂଷଣ ଷ୍ଟିଲ୍ ହେବ ଭାରତୀୟ ଅଦାଲତ ଇତିହାସର ସବୁଠାରୁ ବଡ଼ ଶୁଣାଣି

ସବୁବେଳେ ଚର୍ଚ୍ଚାରେ ଥାଏ ଦେଶର ଅଦାଲତ ପ୍ରକ୍ରିୟା । କୌଣସି ବଡ଼ ଘଟଣାର ଶୁଣାଣି ହେବାର ଥିଲେ ପୁରା ଦେଶ ଚାହିଁବସିଥାଏ । ହେଲେ ଏବେ ଇତିହାସ ରଚିଦେଲା ଭୂଷଣ ଷ୍ଟିଲର ଏହି ମାମଲା । କମ୍ପାନୀରେ ହୋଇଥିବା ଗଡବଡ଼କୁ ଯାଂଚ କରି ୭୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ସିରିୟସ୍ ଫ୍ରଡ୍ ଇନଭେଷ୍ଟିଗେସନ୍ ଅଫିସ୍ । ଆଉ ଯେଉଁଥିରେ ୨୮୪ ଜଣକୁ ଦର୍ଶାଯାଇଛି ଅଭିଯୁକ୍ତ ।

ଯଦି ସମସ୍ତ ଅଭିଯୁକ୍ତଙ୍କୁ ଆଟେଣ୍ଡ କରାଯାଏ ଏବଂ ପ୍ରତି ଅଭିଯୁକ୍ତ ପିଛା ଏକ ମିନିଟ୍ ଯାଏ ତେବେ ଶୁଣାଣି ପାଇଁ ଲାଗିବ ୪ ଘଂଟା ୪୫ ମିନିଟ୍ । ଅନ୍ୟପଟେ ଯଦି ଜଣେ ଅଭିଯୁକ୍ତଙ୍କୁ ଜଣେ ଓକିଲ ହିସାବ କରାଯାଏ ତେବେ ପ୍ରାୟ ୬୦୦ ଜଣ ହେବେ । ସମସ୍ତଙ୍କ ଦଲିଲ୍ ଶୁଣିବା ସହ ୭୦ ହଜାର ପୃଷ୍ଠା ଉପରେ ମଧ୍ୟ ନଜର ପକାଇବେ ବିଚାରପତି । ତେଣୁ ଏହି ଶୁଣାଣି ପ୍ରାୟ ୫ ରୁ ୬ ଘଂଟା ଲାଗିପାରେ । କୁହାଯାଉଛି ସବୁଠାରୁ ଲମ୍ବା ଆଇନ ପ୍ରକ୍ରିୟା ହେବ ଏହି ଭୂଷଣ ଷ୍ଟିଲ୍ ମାମଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.