ପୁଣି ଆରମ୍ଭ ହେଲା ଅଧାରେ ଅଟକିଥିବା ସେମିଫାଇନାଲ ମ୍ୟାଚ୍, ୨୪୦ରନର ମିଳିଲା ଟାର୍ଗେଟ

ବିଶ୍ୱକପ୍ ମହାସମର । ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡରେ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଟକ୍କର । କାଲି ବର୍ଷା ଯୋଗୁଁ ଅଧାରେ ଅଟକିଥିବା ମ୍ୟାଚ୍ ଆଜି ଆରମ୍ଭ ହୋଇଛି । ରିଜର୍ଭ ଡେରେ ନ୍ୟୁଜିଲାଣ୍ଡ ଇନିଂସ୍ର ୪୬.୧ ଓଭରରୁ ଖେଳ ଆରମ୍ଭ ହେବ । ନ୍ୟୁଜିଲାଣ୍ଡ ୫ ୱିକେଟ୍ ହରାଇ ୨୧୧ ରନ୍ ସଂଗ୍ରହ କରିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ରସ୍ ଟେଲର୍ ୬୭ ରନରେ ଖେଳୁଥିବା ବେଳେ ଟମ୍ ଲଥାମ୍ ୩ ରନରେ ବ୍ୟାଟିଂ କରୁଛନ୍ତି । ଆଜି ପାଗ ଭଲ ରହିଲେ ଉଭୟ ଦଳ ପାଇଁ କୌଣସି ଅସୁବିଧା ହେବ ନାହିଁ । ଯଦି ରିଜର୍ଭ ଡେରେ ଖେଳ ହୋଇ ନ ପାରିଲେ, ଲିଗ୍ ପର‌୍ୟ୍ୟାୟରେ ଅଧିକ ପଏଣ୍ଟ ପାଇଥିବା ଦଳ ଫାଇନାଲକୁ ଉନ୍ନିତ ହେବ । ଯାହା ଭାରତ ସପକ୍ଷରେ ରହିଛି । କାରଣ ଲିଗ୍ ପର‌୍ୟ୍ୟାୟର ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ଥିଲା ଭାରତ । ଚତୁର୍ଥ ସ୍ଥାନରେ ଥିଲା ନ୍ୟୁଜିଲାଣ୍ଡ ।

ଗତକାଲି ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ । ପ୍ରଥମରୁ ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନଙ୍କ ଉପରେ ପ୍ରଭାବ ପକାଇଥିଲେ ଭାରତୀୟ ବୋଲର । ତୃତୀୟ ଓଭରରେ ଓପନର୍ ଗୁପଟିଲ୍ଙ୍କୁ ମାତ୍ର ଏକ ରନରେ ପ୍ୟାଭିଲିୟନ୍ ପଠାଇଥିଲେ ବୁମରାହ । ପ୍ରଥମ ୧୦ ଓଭରରେ ନ୍ୟୁଜିଲାଣ୍ଡ ମାତ୍ର ୨୭ ରନ୍ କରିବାରେ ସକ୍ଷମ ହୋଇଥିଲା। ଭୁବନେଶ୍ୱର କୁମାର, ଯଶପ୍ରୀତ୍ ବୁମ୍ରାହ, ଚହଲ ଓ ଜାଡେଜା ଗୋଟିଏ ଲେଖାଏ ଓ୍ଵିକେଟ୍ ନେଇଥିଲେ । ଅଧିନାୟକ ଓ୍ଵିଲୟମସନ୍ ଓ ରସ୍ ଟେଲର କିଛି ସମୟ ପାଳି ସମ୍ଭାଳିଥିଲେ । ହେଲେ ଓ୍ଵିଲିୟମସନ୍ ୬୭ ରନ୍ କରି ଚହଲଙ୍କ ଶିକାର ହୋଇଥିଲେ । ଭାରତ ପକ୍ଷରୁ ପ୍ରଭାବୀ ବୋଲିଂ କରାଯାଇଥିଲେ ମଧ୍ୟ ଫିଲ୍ଡିରେ ସେପରି ପ୍ରଭାବ ଦେଖିବାକୁ ମିଳିନଥିଲା । ଆଜି ମ୍ୟାଚ୍ ବିଜୟୀ ହେଲେ ଟିମ୍ ଇଣ୍ଡିଆ ଫାଇନାଲକୁ ଟିକେଟ ପକ୍କା କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.