Below header

ଆପଣଙ୍କ ପିଲା ମିଛ କହୁଛି କି ? କେମିତି ସୁଧାରିବେ ଜାଣନ୍ତୁ

ଭୟ ହେଉ ଅବା ଅନ୍ୟ କୌଣସି କାରଣ । ପିଲାମାନେ ଅଧିକାଂଶ ସମୟରେ ମିଛ କହିଥାନ୍ତି । କିଛି ଅଭିଭାବକ ଏହାକୁ ହାଲକା ଭାବରେ ଗ୍ରହଣ କରିଥାନ୍ତି । କିନ୍ତୁ ପରବର୍ତ୍ତି ସମୟରେ ଏହାର ପରିଣାମ ଭୟଙ୍କର ହୋଇଥାଏ । କାରଣ ସମୟ ସହ ପିଲାଙ୍କ ଏହି ଅଭ୍ୟାସ ବଢିଥାଏ । ଯାହାକୁ ଦୂର କରିବା କଷ୍ଟକର ହୋଇଥାଏ । ଯଦି ଆପଣଙ୍କ ପିଲା ମିଛ କହୁଥାଏ ତେବେ ଚିନ୍ତା କରନ୍ତୁ ନାହିଁ । ଅଳ୍ପ ଧ୍ୟାନ ଦେଲେ ପିଲାଙ୍କର ଏହି ଅଭ୍ୟାସକୁ ଦୂର କରିପାରିବେ ।

ଛୁଆମାନଙ୍କୁ ପଚାରିବାର ଢଙ୍ଗ ବଦଳାନ୍ତୁ :

ସ୍କୁଲ୍ ବିଷୟରେ ହେଉ ଅବା ପାଠ ପଢାକୁ ନେଇ ହେଉ । ଅନେକ ସମୟରେ ଆମେ ପିଲାମାନଙ୍କୁ ଅନେକ ପ୍ରଶ୍ନ ପଚାରିଥାଉ । ତେଣୁ ସେମାନେ ନିଜକୁ ବଞ୍ଚାଇବା ପାଇଁ ମିଛ କହିବା ଆରମ୍ଭ କରିଥାନ୍ତି । ତେଣୁ ପଚାରିବାର ଢଙ୍ଗ ବଦଳାଇ ଦିଅନ୍ତୁ । ଗାଳି ଶୁଣିବାର ଭୟ ପିଲାଙ୍କ ମନରେ ରହିଲେ ସତ କହିବା ଆରମ୍ଭ କରିବେ ।

ନରାଗି ବୁଝାନ୍ତୁ :

ଅନେକ ସମୟରେ ଛୁଆମାନେ ଘରର କିଛି ଜିନିଷ ଭାଙ୍ଗିଦିଅନ୍ତି । ତେଣୁ ଏନେଇ ପଚରିଲେ ସେମାନଙ୍କ ମନରେ ଭୟ ଦେଖାଦେଇଥାଏ । ହଁ ମାରିଲେ ମାଡ ଖାଇବେ ବୋଲି ଭୟରେ ମିଛ କହିଥାନ୍ତି । ତେଣୁ ଏଭଳି ପରିସ୍ଥିତିରେ ଛୁଆଙ୍କୁ ସ୍ନେହରେ ବୁଝାନ୍ତୁ କିମ୍ବା କୌଣସି ପ୍ରଶ୍ନ କରନ୍ତୁ ।

ଏହା ସହ ପଢନ୍ତୁ ପିଲାଙ୍କୁ ଏହି ଉପାୟରେ ଜଙ୍କ୍ ଫୁଡରୁ ଦୂରେଇ ରଖନ୍ତୁ

ନିଜର ସୁବିଧା ଦେଖନ୍ତୁନାହିଁ :

ଅନେକ ସମୟରେ ଆମେ ଛୁଆମାନଙ୍କୁ ଫୋନରେ ମିଛ କହିବାକୁ କହିଥାଉ । ଘରେ ବାପା କିମ୍ବା ବୋଉ ନାହାନ୍ତି ବୋଲି ଫୋନରେ କହିଦେ ବୋଲି ସେମାନଙ୍କୁ କହିଥାଉ । ସେହିପରି ଘରର କଲିଂ ବେଲ ବାଜିଲେ ବାପା ବାହାରକୁ ଯାଇଥିବା କହିଦେ ବୋଲି ଆମେ ଛୁଆକୁ କହିଥାଉ । କିନ୍ତୁ ଏହି ସମୟରେ ଆମେ ନିଜର ଫାଇଦା ପାଇଁ ଛୁଆଙ୍କ ଦ୍ୱାରା ମିଛ ତ କୁହାଇଥାଉ କିନ୍ତୁ ଏହା ଦ୍ୱାରା ଛୁଆମାନେ ମିଛ କହିବା ଶିଖିଥାନ୍ତି ।

ନିସ୍ୱାର୍ଥ ସ୍ନେହ ଦିଅନ୍ତୁ:

ଛୁଆଙ୍କୁ ତ ସବୁବେଳେ ପିତାମାତା ଭଲ ପାଆନ୍ତି । ମାତ୍ର ବିନା ସର୍ତ୍ତରେ ଆପଣ ଭଲ ପାଉଥିବା ତାଙ୍କୁ ସେମାନଙ୍କୁ ଅନୁଭବ କରାନ୍ତୁ । ଏପରି ଭଲ ପାଇବାର ଅନୁଭବ ହେଲେ ଛୁଆ ଆଉ ମିଛ କହିବନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.